34.1 C
Bhubaneswar
Saturday, April 27, 2024
Homeଓଡିଶାସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର

ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବାତ୍ୟାକୁ ନେଇ ସରକାରୀ ସ୍ତରରେ ବଡ଼ ଧରଣର ଚାଲିଛି ପ୍ରସ୍ତୁତି । ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ସରକାର । କୌଣସି କର୍ମଚାରୀ ମୁଖ୍ୟାଳୟ ନଛାଡିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ବିଭାଗୀୟ ଅଧିକାରୀଙ୍କ ଅନୁମତିରେ ଅତି ଜରୁରୀ ଥିଲେ କର୍ମଚାରୀ ଛୁଟି ନେଇପାରିବେ । ଛୁଟିରେ ଥିବା ସମସ୍ତ କର୍ମଚାରୀ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଜାରି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ବାତ୍ୟା ‘ୟାସ୍‌’ ସାମୁଦ୍ରିକ ଝଡର ରୂପ ନେଇସାରିଛି । ‘ୟାସ’ ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ । ଭଦ୍ରକ କିମ୍ବା ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଥିବା କହିଲେ ଏସ୍‌ଆର୍‌ସି । ବାତ୍ୟା ସମୟରେ ୧୨୦-୧୬୫ କି.ମି ବେଗରେ ବୋହିବ ପବନ । ଏହାସହ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଏସ୍‌ଆର୍‌ସି କହିଛନ୍ତି । ସେପଟେ, ବାତ୍ୟା ୟାସ୍ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ହେବ । ଗତବର୍ଷ ଆମେ କୋଭିଡ଼ ସହ ଅମ୍ପନ ବାତ୍ୟାକୁ ସାମ୍ନା କରିଥିଲେ । ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସାବଧାନ ରହିବାକୁ ହେବ । ସାମାନ୍ୟ ଅବହେଳା ଆମ ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ନବୀନ କହିଛନ୍ତି । ବାତ୍ୟା ଓ କୋଭିଡ଼ର ମୁକାବିଲା କରିବାକୁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆପଣମାନଙ୍କ ସହଯୋଗ ହିଁ ଆମ ପ୍ରସ୍ତୁତିକୁ ମଜବୁତ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking