26.1 C
Bhubaneswar
Friday, March 29, 2024
Homeଓଡିଶାଦ୍ୱିତୀୟ ବିବାହ କରି ଫସିଲେ ହାବିଲଦାର

ଦ୍ୱିତୀୟ ବିବାହ କରି ଫସିଲେ ହାବିଲଦାର

ଭୁବନେଶ୍ୱର : ଦ୍ୱିତୀୟ ବିବାହ କରି କମିଶନରେଟ୍ ପୁଲିସର ଜଣେ ହାବିଲଦାର ଅଡୁଆରେ ପଡ଼ିଛନ୍ତି । ସମ୍ପୃକ୍ତ ହାବିଲଦାର ଜଣକ ହେଲେ ଡେଲାଙ୍ଗ ଥାନା ଅନ୍ତର୍ଗତ ବେରବୋଇ ଅଞ୍ଚଳର ସଦାଶିବ ସ୍ୱାଇଁ(୫୨) । ସଦାଶିବ ଏବେ ଧଉଳି ଥାନାରେ କାର୍ଯ୍ୟରତ ଅଟନ୍ତି । ସେ ତାଙ୍କ ଦ୍ୱିତୀୟ ସ୍ତ୍ରୀ’ଙ୍କୁ ମାରିଦେବାକୁ ଉଦ୍ୟମ କରିଥିବା ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ହାବିଲଦାର ସଦାଶିବ ପୂର୍ବରୁ ଲିଙ୍ଗରାଜ ଥାନାରେ କାର୍ଯ୍ୟରତ ଥିଲେ । ଏହି ସମୟରେ ଅଭିଯୋଗକାରିଣୀ ତଥା ତାଙ୍କ ଦ୍ୱିତୀୟ ସ୍ତ୍ରୀ’ଙ୍କ ସହିତ ଦେଖାହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା । ଏହାପୂର୍ବରୁ ହାବିଲଦାର ବିବାହିତ ଏବଂ ତାଙ୍କର ୩ ଝିଅ ଓ ଗୋଟିଏ ପୁଅ ଗାଁରେ ରହିଥିବାବେଳେ ତଥାପି ମହିଳାଙ୍କୁ ଭଲପାଇ ବସିଥିଲେ । ସମ୍ପୃକ୍ତ ମହିଳା ବିବାହିତ ଥିବାବେଳେ ତାଙ୍କର ମଧ୍ୟ ଗୋଟିଏ ଝିଅ ଓ ପୁଅ ରହିଛି । ପ୍ରାୟ ୫ବର୍ଷ ଧରି ଏମାନଙ୍କ ପ୍ରେମସମ୍ପର୍କ ଚାଲିଥିଲା । ହାବିଲଦାର ତାଙ୍କ ପ୍ରଥମ ପତ୍ନୀ ଓ ପିଲାଙ୍କୁ ଛାଡ଼ି ଗତବର୍ଷ ଡିସେମ୍ବର ୧୫ ତାରିଖରେ ଅଭିଯାଗକାରିଣୀଙ୍କୁ ପୁରୀ କୋର୍ଟରେ ନୋଟାରି ବିବାହ ଚୁକ୍ତି ନିଦର୍ଶନ ପତ୍ର ତିଆରି କରିଥିଲେ । ପରେ ବ୍ରାହ୍ମଣ ଡାକି ବିବାହ ହୋଇଥିଲେ । ଏହାପରେ ଦୁହେଁ ଲିଙ୍ଗରାଜ ଥାନା ଅନ୍ତର୍ଗତ ତାଳବଣିଆରେ ଭଡ଼ାଘରେ ଏକାଠି ରହିଥିଲେ । ଗତ ୧୭ ତାରିଖ ସନ୍ଧ୍ୟାରେ ସଦାଶିବ ତାଙ୍କ ଭାଇ ସହିତ ମିଶି ଦ୍ୱିତୀୟ ପତ୍ନୀ ତଥା ଏତଲାକାରୀ ମହିଳାଙ୍କ ମୁହଁରେ ତକିଆ ପକାଇ ମାଡ଼ିବସି ମାରିଦେବାକୁ ଉଦ୍ୟମ କରିଥିଲେ । ମହିଳା ଜଣକ ପ୍ରତିବାଦ କରିବା ସହ ପୁଲିସର ନିୟନ୍ତ୍ରଣ କକ୍ଷକୁ ଫୋନ୍ କରି ଜଣାଇବା ପରେ ପିସିଆର୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସଦାଶିବ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଏହାପରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ମହିଳାଙ୍କ ଏତଲାରେ ଏକ ମାମଲା ରୁଜୁକରି ତଦନ୍ତ କରିବା ପରେ ଅଭିଯୁକ୍ତ ହାବିଲଦାର ସଦାଶିବ ସ୍ୱାଇଁ କରୋନା ଆକ୍ରାନ୍ତ ହୋଇ ଗାଁରେ ସଙ୍ଗରୋଧରେ ରହିଥିବା ଜାଣିବାକୁ ପାଇଛି । ଅନ୍ୟପକ୍ଷରେ ହାବିଲଦାର ସଦାଶିବଙ୍କ ବାଇକ୍ ଧଉଳି ଥାନାରେ ରହିଥିବା ମହିଳା ଜାଣିବା କ୍ଷଣି ଥାନାରେ ପହଞ୍ଚି ତାଙ୍କର ପତ୍ନୀର ପରିଚୟ ଦେଇ ଥାନାରୁ ବାଇକ୍ ନେଇ ଯାଇଥିଲେ । ପୁଲିସ ଅଭିଯୋଗ ପରେ ହାବିଲଦାରଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking