28.1 C
Bhubaneswar
Saturday, April 27, 2024
Homeଅପରାଧରାସ୍ତାକଡରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ରାସ୍ତାକଡରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ତେଲକୋଇ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହରିଚନ୍ଦନପୁର ବାଇପାସ୍ ଛକରେ ଥିବା ହୋଣ୍ଡା ଶୋ’ ରୁମ୍ ପାଖରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ପରିଚୟ ମିଳିନାହିଁ । ହରିଚନ୍ଦନପୁର ପୁଲିସ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ମୃତକଙ୍କ ପାଖରୁ ୩୧୦ ଟଙ୍କା, ଗୋଟିଏ ସାଇକେଲ ଚାବି ଓ ଏକ ଜଳଖିଆ ପୁଡ଼ିଆ ଜବତ କରାଯାଇଛି । ଗତକାଲି ଯୁବକ ଜଣଙ୍କ ସେଠାରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଯୁବକ ଜଣକ କିଏ ଓ କେଉଁ ପରିସ୍ଥିତି ରେ ତାଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡି ନଥିବା ପୋଲିସ ସୂଚନା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking