27.1 C
Bhubaneswar
Friday, May 10, 2024
Homeଓଡିଶାରାସ୍ତାକଡ଼ରେ ପଡିଛି ମୃତଦେହ, ମୁହଁରେ ରହିଛି ଗଭୀର କ୍ଷତ

ରାସ୍ତାକଡ଼ରେ ପଡିଛି ମୃତଦେହ, ମୁହଁରେ ରହିଛି ଗଭୀର କ୍ଷତ

ବିନିକା :  ରାସ୍ତାକଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ । ପାଖରେ ପଡିଛି ବାଇକ୍ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସାଲେପାଲି ଓ ଗୁଳିହାପଦର ରାସ୍ତାରୁ ମିଳିଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ କିଛି ଲୋକ ଯାଉଥିବା ବେଳେ ରାସ୍ତାକଡ଼ରେ ବାଇକ୍‌ ପଡିଥିବାର ଦେଖିଥିଲେ । ଏହାପରେ ବାଇକ୍‌ ପାଖ ଯାଇ ଦେଖିବା ବେଳେକୁ , ସେଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଛି । ଏହାପରେ ତୁରନ୍ତ ଡୁଙ୍ଗୁରିପାଲି ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।

ତେବେ ଦୁର୍ଘଟଣା କିଭଳି ହୋଇଛି । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ମୃତକଙ୍କ ପରିଚୟ ମଧ୍ୟ ମିଳିନାହିଁ । ମୃତ ବ୍ୟକ୍ତିଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ଏହା ହତ୍ୟା ନା ଦୁର୍ଘଟଣା । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking