30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପବଜି ଗେମ୍ ଖେଳିବା ନିଶାରେ କେମିକାଲ ପିଇ ମୃତ

ପବଜି ଗେମ୍ ଖେଳିବା ନିଶାରେ କେମିକାଲ ପିଇ ମୃତ

ମଧ୍ୟପ୍ରଦେଶ: ପବ୍‌ଜୀ ଗେମ୍‌ ଖେଳିବା ହେଲା କାଳ । ଟ୍ରେନରେ ଯାଉଥିବା ସମୟରେ କାନରେ ହେଡ୍‌ ଫୋନ ଲଗାଇ ଜଣେ ଯୁବକ ପବ୍‌ଜୀ ଖେଳୁଥିଲେ । ହେଲେ ଏହି ସମୟରେ ଘଟିଗଲା ଅଘଟଣ | ପବ୍‌ଜୀ ଗେମ୍‌ରେ ଯୁବକ ଏତେ ମାତ୍ରାରେ ମଜି ଯାଇଥିଲେ ପାଣି ବଦଳରେ ପାଣି ଭାବି କେମିକାଲ ପିଇ ଦେଇଛନ୍ତି,ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ ଗ୍ବାଲିୟରରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନା ମୁତାବକ ଗ୍ବାଲିୟର ଚନ୍ଦ୍ରବନୀ ଅଞ୍ଚଳର ବାସିନ୍ଦା ସୌରଭ ଏକ ଫାର୍ମରେ କାମ କରନ୍ତି। କୌଣସି ଏକ କାମରେ ସୌରଭ ଓ ତାଙ୍କ ସାଙ୍ଗ ସନ୍ତୋଷ ଟ୍ରେନରେ ଆଗ୍ରା ଯାଉଥିଲେ। ସୌରଭ ତଳ ସିଟ୍‌ରେ ଓ ତାଙ୍କ ସାଙ୍ଗ୍‌ ସନ୍ତୋଷ ଉପର ସିଟ୍‌​‌ରେ ବସି ପବ୍‌ଜୀ ଗେମ୍‌ ଖେଳୁଥିଲେ। ମୃତ ସୌରଭଙ୍କ ସାଙ୍ଗ ସନ୍ତୋଷଙ୍କ କହିବା ଅନୁସାରେ ଦୁଇଜଣ ପବ୍‌ଜୀ ଗେମ୍ ଖେଳୁଥିଲେ। ଖେଳିବା ସମୟରେ ସୌରଭ୍‌ଙ୍କୁ ଶୋଷ ଲାଗିଥିଲା। ସେ ପବ୍‌ଜୀ ଖେଳରେ ପୁରା ମଜି ଯାଇଥିଲେ। ବ୍ୟାଗରୁ ପାଣି ବୋତଲ କାଢ଼ିବା ବଦଳରେ ସିଲ୍‌ଭର କ୍ଳିନିର ପାଇଁ ବ୍ୟାଗ୍‌ରେ ଥିବା କେମିକାଲ ବୋତଲକୁ ପାଣି ଭାବି ସୌରଭ ପିଇ ଦେଇଥିଲେ। ଅଚାନକ ଟ୍ରେନରେ ସୌରଭ୍‌ ବାନ୍ତି କରିବା ଆରମ୍ଭ କରି ଦେଇଥିଲେ । ଏମିିତି ୪୫ ମିନିଟ ଲଗାତାର ବାନ୍ତି ହେବା ପରେ ସୌରଭ୍‌ଙ୍କ ମୃତ୍ୟୁ ଘଟିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking