27.8 C
Bhubaneswar
Thursday, April 18, 2024
Homeଓଡିଶାବାଇକକୁ କଚାଡ଼ି ଦେଲା ହାତୀ

ବାଇକକୁ କଚାଡ଼ି ଦେଲା ହାତୀ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ କୁଜିଆମ ଗାଁରେ ହାତୀ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇ ପଡ଼ିଛନ୍ତି। ହାତୀପଲ ଲଗାତାର ଭାବେ ଏହି ଅଞ୍ଚଳ ଛାଡ଼ି ଯାଉ ନ ଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏକ ହାତୀ ପଲ ଉତ୍ପାତ ମଚାଇଥିବା ବେଳେ ଉକ୍ତ ପଲରେ ୨୨ଟି ହାତୀ ଥିବା ଜଣାଯାଇଛି। ବୁଧବାର ହାତୀ ଭୟରେ ଜଣେ ବ୍ୟକ୍ତି ନିଜ ବାଇକ୍ କୁ ରାସ୍ତାରେ ଛାଡ଼ି ଦୌଡ଼ି ପଳାଇଥିବା ବେଳେ ହାତୀ ତାଙ୍କ ବାଇକ୍ କୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, କୁଜିଆମ ଗ୍ରାମର ବ୍ୟକ୍ତି ଜଣକ କିଛି ଦିନ ପୂର୍ବେ ଏକ ବାଇକ୍ କିଣିଥିଲେ। ବୁଧବାର ସନ୍ଧ୍ୟାରେ ନିକଟସ୍ଥ ବିଲରୁ ନିଜ ଗାଁକୁ ଫେରୁଥିବା ବେଳେ ସେ ହାତୀପଲ ହାବୁଡରେ ପଡି ଯାଇଥିଲେ । ଏହାଦେଖି ଭୟଭୀତ ହୋଇ ପଡ଼ିଥିବା ବ୍ୟକ୍ତିଜଣକ ବାଇକ୍ ଛାଡି ଦୌଡି ପଳାଇଥିଲେ। ଏହାପରେ ଏକ ଦନ୍ତା ହାତୀ ଆସି ବାଇକ୍ କୁ କଚାଡ଼ି କଚାଡ଼ି ଭାଙ୍ଗି ଦେଇଥିଲା। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking