29.1 C
Bhubaneswar
Monday, May 6, 2024
Homeଓଡିଶାଫେରିବା ବାଟରେ ଦାଦନ ଶ୍ରମିକ ମୃତ୍ୟୁ

ଫେରିବା ବାଟରେ ଦାଦନ ଶ୍ରମିକ ମୃତ୍ୟୁ

ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଲି ଗ୍ରାମର ଦାଦନ ଶ୍ରମିକ ହାଇଦ୍ରାବାଦରୁ ନିଜ ଘର ଓଡ଼ିଶା ଫେରିବା ସମୟରେ ଅଚାନକ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଦାଦନ ଶ୍ରମିକ ଜଣଙ୍କ ହେଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଲିର ଶ୍ୟାମ ଭୋଇ । ସେ ହାଇଦ୍ରାବାଦର ଏକ ଇଟାଭାଟିରେ କାମ କରୁଥିଲେ । କିଛିଦିନ ହେଲା ତାଙ୍କୁ ଜ୍ୱର ହେଉଥିଲା । ଏତିକିବେଳେ ମାଲିକ ତାଙ୍କୁ ଘରକୁ ଯିବା ପାଇଁ କହିଥିଲେ । ସେଠାରୁ ନିଜ ଅଞ୍ଚଳର ଜଣେ ଯୁବକଙ୍କ ସହିତ ମଙ୍ଗଳବାର ନିଜ ଘର ଅଭିମୁଖେ ବାହାରି ଥିଲେ । ପରେ ଛତିଶଗଡ଼ ଓଡ଼ିଶା ସୀମାରେ ପହଞ୍ଚିଥିଲେ । ବାଟରେ ତାଙ୍କର ଝାଡାବାନ୍ତି ହୋଇଥିଲା ।

ଅଟୋ ଚାଳକ ତାଙ୍କୁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କସାଗୁଡାଠାରେ ଛାଡ଼ି ପଳାଇଥିଲେ । ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ବୋରିଗୁମ୍ମା ବ୍ଲକର ତହସିଲଦାର, ବିଡିଓ, ଥାନା ଅଧିକାରୀ ପହଞ୍ଚି ଶବକୁ ଚାରିଚକିଆ ଗାଡି ଯୋଗେ ତାଙ୍କ ଗ୍ରାମକୁ ପଠାଇଥିଲେ। ସେ ଓ ତାଙ୍କ ସ୍ତ୍ରୀ କ୍ଷୀର ଭୋଇ ହାଇଦ୍ରାବାଦର ଏକ ଇଟାଭାଟି ମାଲିକଙ୍କ ପାଖରେ ଦୀର୍ଘ ୬ମାସ ହେବ ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ହେଲେ ଗତ କିଛି ଦିନ ହେବ ଶ୍ୟାମଙ୍କ ଦେହ ଖରାପ ହେଇଥିଲା ।

ଏତିକି ବେଳେ ମାଲିକ ତାଙ୍କୁ ନିଜ ଘରକୁ ଫେରିଯିବା ପାଇଁ କହିଥିଲେ । ସେମାନେ ସେଠାରେ କାର୍ଯ୍ୟ କରୁଥିବା ନିଜ ଅଞ୍ଚଳର ଜଣେ ଯୁବକଙ୍କ ସହିତ ଗତ ମଙ୍ଗଳବାର ଦିନ ହାଇଦ୍ରାବାଦ ଠାରୁ ନିଜ ଗ୍ରାମ ଅଭିମୁଖେ ବାହାରିଥିଲେ । ଶୁକ୍ରବାର ସକାଳୁ ସକାଳୁ ଏକ ବସ ଯୋଗେ ଛତିଶଗଡ଼ -ଓଡିଶା ସୀମାରେ ପହଞ୍ଚି ଥିଲେ । ଚାନ୍ଦିଲି ଠାରୁ ଏକ ଅଟୋ ଯୋଗେ ଓଡ଼ିଶା ଆସିବା ବେଳେ ଅଧା ବାଟରେ ଶ୍ୟାମଙ୍କୁ ଝାଡ଼ା ଓ ବାନ୍ତି ହୋଇଥିଲା । ଫଳରେ ଅଟୋ ଚାଳକ ଜଣକ ତାଙ୍କୁ କସଗୁଡ଼ା ନିକଟରେ ଓହ୍ଲାଇ ଚାଲିଯାଇଥିଲେ । କିଛି ସମୟ ପରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking