33.1 C
Bhubaneswar
Friday, April 26, 2024
Homeଓଡିଶାଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍

ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ପୁଣି ସପ୍ତାହାନ୍ତ ସଟ୍‌ଡାଉନ୍ ଲାଗୁ କରିଛନ୍ତି । ପୂର୍ବରୁ ୧୦ଟି ସୀମାବର୍ତ୍ତୀ ଜିଲ୍ଲାରେ ଶନିବାର-ରବିବାର (ସପ୍ତାହାନ୍ତ) ସଟ୍‌ଡାଉନ୍ ଜାରି ରହିଥିବାବେଳେ ଆଜିଠାରୁ ଏହାକୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ କରାଯାଇଛି । ତେବେ ରାଜ୍ୟବ୍ୟାପୀ ନାଇଟ୍‍ କର୍ଫ୍ୟୁ ବଳବତ୍ତର ଥିବାବେଳେ ଏଣିକି ସାରା ରାଜ୍ୟରେ ଶନିବାର ଓ ରବିବାର ସଟ୍‌ଡାଉନ୍‍ ହେବ । ଏହାବ୍ୟତୀତ ପୂର୍ବରୁ  ସୀମାବର୍ତ୍ତୀ ୧୦ଟି ଜିଲ୍ଲା ଯଥା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ସପ୍ତାହାନ୍ତ ସଟଡାଉନ୍‍ ରହିଥିବା ବେଳେ ଏହି ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଲାଗୁ ହୋଇଛି । ସେହିପରି ଅବଶିଷ୍ଟ୨୦ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ପୂର୍ବଭଳି ଜାରି ରହିବ । ତେବେ ଏହା କେବଳ ସହରାଞ୍ଚଳ (ପୌର ଓ ଏନ୍‌ଏସି) ପାଇଁ ଲାଗୁ ହୋଇଛି ।

ସଟ୍‌ଡାଉନ୍ ବେଳେ ଅତ୍ୟାବଶ୍ୟକ ସେବାକୁ ବାଦ୍‍ ଦିଆଯିବ । ସପ୍ତାହାନ୍ତ ସଟ୍‌ଡାଉନ୍ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଖୋଲା ରହିବ । ସ୍ୱାସ୍ଥ୍ୟସେବାରେ ନିୟୋଜିତ ଡାକ୍ତର, ପାରା ମେଡିକ୍‌ସ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ନିଜର କାର୍ଯ୍ୟସ୍ଥଳକୁ ଯାତାୟାତ କରିପାରିବେ । ଜିଲ୍ଲା କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ପୁଲିସ୍ ଏବଂ ଅଗ୍ନିଶନ ସେବା ଅଫିସ୍ ଖୋଲା ରହିବ । ଜରୁରିକାଳୀନ ସେବା ଯୋଗାଉଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଖୋଲା ରହିବ । ପେଟ୍ରୋଲ୍ ପମ୍ପ, ଟେଲିକମ୍ ସେବା, ଏଲ୍‌ପିଜି ଯୋଗାଣ, ଜଳଯୋଗାଣ, ବିଦ୍ୟୁତ୍ ଯୋଗାଣ, ଖାଦ୍ୟ ଏବଂ ଗ୍ରୋସରୀ ଦୋକାନ, କ୍ଷୀର ବୁଥ୍‌, ଖବରକାଗଜ ଯୋଗାଣ ଆଦି ଚାଲୁ ରହିବ ।

ଜିନିଷପତ୍ର ନେବା ଆଣିବା କରୁଥିବା ଗାଡ଼ି, ଚା’ କୃଷିଦ୍ରବ୍ୟ କ୍ରୟ ମଣ୍ଡି, ପଶୁପାଳନ ଓ ମତ୍ସ୍ୟଚାଷ ସମ୍ପର୍କିତ କାର୍ଯ୍ୟକଳାପ ଚାଲୁ ରହିବ । ଏଟିଏମ୍‌, ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନ ଖୋଲା ରହିବ । ରେଳ, ବିମାନ ଚଳାଚଳ, ସାଧାରଣ ପରିବହନ, ବିମାନ ବନ୍ଦର ଏବଂ ରେଳ ଷ୍ଟେସନ୍‌କୁ ଯାତ୍ରୀ ନେଉଥିବା ବ୍ୟକ୍ତିଗତ ଗାଡ଼ି ଆଦିକୁ କଟକଣା ମୁକ୍ତ କରାଯିବ । ଜାତୀୟ ରାଜପଥ, ଷ୍ଟେଟ୍ ହାଇୱେ ଏବଂ ଅନ୍ୟ ମୁଖ୍ୟ ରାସ୍ତାକଡ଼ରେ ଥିବା ଢାବା ଖୋଲା ରହିବ । ସେମାନେ କେବଳ ଖାଦ୍ୟ ପାର୍ସଲ ଦେବେ । ସେଠାରେ କେହି ବସି ଖାଇପାରିବେ ନାହିଁ । ହୋମ୍ ଡେଲିଭରି ଚାଲୁ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking