30.1 C
Bhubaneswar
Saturday, May 4, 2024
Homeଖେଳକ୍ଷମା ମାଗିଲେ ଡି’କକ୍

କ୍ଷମା ମାଗିଲେ ଡି’କକ୍

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଓପନର ତଥା ୱିକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ୍ ଡି’କକ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ ପୂର୍ବରୁ ନିଜର ବ୍ୟବହାର ପାଇଁ କ୍ଷମା ମାଗିଛନ୍ତି । ସେ କ୍ୟାରିବିଆନ୍ ଟିମ ବିପକ୍ଷ ମ୍ୟାଚରେ ଆଣ୍ଠୁମାଡି ବସିବାକୁ ମନା କରିଦେଇଥିଲେ । ତେବେ ଏହି କାରଣରୁ ସେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ନିଜ ନାଁ ପ୍ରତ୍ୟାହାର କରି ନେଇଥିଲେ ।
କିନ୍ତୁ ଏବେ ଡି’କକ୍ ନିଜ ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ଏ ନେଇ ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚର ଠିକ ପୂର୍ବରୁ କ୍ରିକେଟ ଦକ୍ଷିଣ ଆଫ୍ରିକା ଏକ ନୋଟିସ ଜାରି କରିଥିଲା । ଯେଉଁଥିରେ ସମସ୍ତ ଖେଳାଳିଙ୍କୁ ପ୍ରତି ମ୍ୟାଚ ପୂର୍ବରୁ ଆଣ୍ଠୁରେ ବସିବାକୁ ପଡିବ । ହେଲେ ଡିକକ ବୋର୍ଡର ନିର୍ଦ୍ଦେଶକୁ ମାନି ନ ଥିଲେ । କିନ୍ତୁ ଏବେ ସେ କହିଛନ୍ତି ଯେ ଯଦି ଆଣ୍ଠୁରେ ବସିବା ଦ୍ୱାରା ସଚେତନତା ସୃଷ୍ଟି ହେବ । ଏହା ସହ ତାଙ୍କର ଜୀବନ ଆହୁରି ଭଲ ହେବ । ତେବେ ମୁଁ ଏହା କରିବି ବୋଲି ଡି’କକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking