28.9 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗବିଧାନସଭା ଗେଟ ସମ୍ମୁଖରେ ଛୁରାମାଡ ଘଟଣାକୁ ନେଇ କ’ଣ କହିଲେ ଡିସିପି

ବିଧାନସଭା ଗେଟ ସମ୍ମୁଖରେ ଛୁରାମାଡ ଘଟଣାକୁ ନେଇ କ’ଣ କହିଲେ ଡିସିପି

ଭୁବନେଶ୍ୱର : ବିଧାନସଭା ଗେଟ ସମ୍ମୁଖରେ ହାଇଡ୍ରାମା । ମା’ ବେକରେ ଛୁରି ଲଗାଇ ଆତ୍ମହତ୍ୟାର ଧମକ ଦେଇଥିଲା ପୁଅ । ଉତ୍ତେଜନା ପରେ ଉଭୟ ମା ଓ ପୁଅକୁ ଉଠାଇ ନେଇଛି ପୋଲିସ । ଘରୋଇ କଳହ ପରେ ଛୁରି ଲଗାଇ ଆତ୍ମହତ୍ୟା ଧମକ ଦେଇଥିବା ସୂଚନା ମିଳିଛି ।

ବିଧାନସଭା ସମ୍ମୁଖରେ ଯୁବକଙ୍କ ଉନ୍ମତ୍ତକାଣ୍ଡ ନେଇ ଡିସିପି ଉମାଶଙ୍କର ଦାସ ନିଜର ପ୍ରତିକ୍ରିିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ହୋଇନାହିଁ । ଯେଉଁ କର୍ମଚାରୀ କାବୁ କରିଛନ୍ତି, ତାଙ୍କୁ ପ୍ରୋତ୍ସାହିତ କରାଯିବ । ଯୁବକଙ୍କ ମାନସିକ ଚିକିତ୍ସାର ଆବଶ୍ୟକ ରହିଛି । ଏନେଇ ଯୁବକଙ୍କୁ ମାନସିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ପଠାଯିବ ।’ ଜଣେ ମହିଳାଙ୍କ ବେକରେ ଛୁରି ଲଗାଇ ଧମକ ଦେଲା ଯୁବକ । ଏଥିସହ ଏହି ସମୟରେ କିଛି ମନ୍ତ୍ରୀଙ୍କ ନାଁ ଧରି ପ୍ରଳାପ କରୁଥିଲା ଯୁବକ ଜଣକ । ପାଗଳ ଭଳି ପ୍ରଳାପ କରି ମହିଳାଙ୍କ ବେକରେ ଛୁରୀ ଲଗାଇ ଧମକ ଦେଉଥିଲା । ବହୁ କଷ୍ଟରେ ଯୁବକଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ୍ । ମହିଳାଙ୍କୁ ଉଦ୍ଧାର ସହ ଯୁବକଙ୍କୁ ନିଜ ହେପାଜତକୁ ନେଲା ପୋଲିସ୍ । ତେବେ ସଂପୃକ୍ତ ଯୁବକ ଓ ମହିଳା ସଂପର୍କରେ ମା’ପୁଅ ହୋଇଥିବା ସୂଚନା ମିଳିଛି । ତାଙ୍କ ଘର ନୟାଗଡ଼ ବୋଲି ଜଣାପଡ଼ିଛି । ତେବେ ବିଧାନସଭା ଚାଲୁଥିବା ବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡ ନେଇ ଚର୍ଚ୍ଚା ଜୋର ଧରିଛି । ହାଇ ସିକ୍ୟୁରିଟି ଜୋନ୍ କୁ ଛୁରି ନେଇ କିଭଳି ଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking