40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦକ୍ଷିଣ ଓଡ଼ିଶାର ପ୍ରଥମ ସଙ୍ଗୀତ କଳା ପରିଷଦ ମହାବିଦ୍ୟାଳୟ ଉଦଘାଟିତ

ଦକ୍ଷିଣ ଓଡ଼ିଶାର ପ୍ରଥମ ସଙ୍ଗୀତ କଳା ପରିଷଦ ମହାବିଦ୍ୟାଳୟ ଉଦଘାଟିତ

ଗୁଣୁପୁର : ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରଥମ ଅମୂଲ୍ୟ ଭାରତ ସଙ୍ଗୀତ କଳା ପରିଷଦ ମହାବିଦ୍ୟାଳୟ ଆଜି ଗୁଣୁପୁର ଠାରେ ଉଦ୍ଘାଟିତ ହୋଇଛି । ଏହି ମହାବିଦ୍ୟାଳୟ ରେ ଏକା ଧାରରେ ଲଳିତ କଳା, ସଙ୍ଗୀତ, ନୃତ୍ୟ, ନାଟକ ପ୍ରଭୃତି କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ସ୍ନାତକ ଶିକ୍ଷା ଗ୍ରହଣ କରିପାରିବେ । ଏହି ଅଞ୍ଚଳରେ ଅନେକ ପ୍ରତିଭାବାନ ଛାତ୍ରଛାତ୍ରୀ ଥିବା ବେଳେ ଆବଶ୍ୟକ ପ୍ରଶିକ୍ଷଣ ଅଭାବରୁ ଆଗକୁ ବଢ଼ିବାରେ ଅସୁବିଧା ହେଉଥିଲା । ଏବେ ଏହି ମହାବିଦ୍ୟାଳୟ କଳା ସଙ୍ଗୀତ ଓ ନାଟକ ଅଭିନୟ କ୍ଷେତ୍ରରେ ରୁଚି ରଖୁଥିବା ପିଲାଙ୍କ ପାଇଁ ବେଶ ସହାୟକ ହୋଇ ପାରିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ, ଗୁଣୁପୁର ଉପଜିଲ୍ଲାପାଳ ସୋନାଲ ଜେନା, ଗଗନ ଆଚାର୍ଯ୍ୟ ଙ୍କ ସମେତ ଅନୁଷ୍ଠାନ ର ଅଧ୍ୟକ୍ଷ ପଞ୍ଚାନନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ଡ଼ ଅଭିଷେକ, ଉପାଧ୍ୟକ୍ଷ ପ୍ରମୋଦ ପତି ଏହି ମହାବିଦ୍ୟାଳୟ ର ଶିକ୍ଷା ପାଠ୍ୟକ୍ରମ ଓ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଆଜିର ଉଦଘାଟନ ଦିବସ ଅବସରରେ ସ୍ଥାନୀୟ ଆମ୍ବବାଡି ଗ୍ରାମର ଛାତ୍ରୀ ତଥା କଣ୍ଠଶିଳ୍ପୀ ବିରାଜିନି ଶବରଙ୍କୁ ମାଗଣାରେ ଉଚ୍ଚ ଶିକ୍ଷା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହି ଅବସରରେ ସୁଧୀର ଦାସ ବିରାଜିନି ଙ୍କୁ ଏହି ମହାବିଦ୍ୟାଳୟ ରେ ପ୍ରଥମ ଛାତ୍ରୀ ଭାବେ ଆଡ୍ମିସନ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking