30.1 C
Bhubaneswar
Thursday, May 2, 2024
Homeଓଡିଶା୩ଲକ୍ଷ ଟଙ୍କା ଠକିନେଲେ ଡ୍ୟାନ୍ସ ମ୍ୟାଡାମ

୩ଲକ୍ଷ ଟଙ୍କା ଠକିନେଲେ ଡ୍ୟାନ୍ସ ମ୍ୟାଡାମ

ଭୁବନେଶ୍ୱର: ଦୁବାଇରେ ଡ୍ୟାନ୍ସ ସମାରୋହରେ ଯୋଗ ଦେବା ନାଁରେ ଛୋଟଛୋଟ ପିଲାଙ୍କ ଠାରୁ ତାଙ୍କ ଡ୍ୟାନ୍ସ ମ୍ୟାଡାମ୍ ୩ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏନେଇ ଠକାମୀର ଶିକାର ହୋଇଥିବା କୁନି ଡ୍ୟାନ୍ସର ଓ ତାଙ୍କ ଅଭିଭାବକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ୪୨୦ ଧାରାରେ ମାମଲା ରୁଜୁ କରି ଚୁପ୍ ବସିଛି । ତେବେ ଥାନାରେ ନଶୁଣିବାରୁ ସେମାନେ ପୁଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ, ଲକ୍ଷ୍ମୀସାଗର ଅଞ୍ଚଳର କେତେକ କୁନିପିଲା ପାସନ୍ ପଲଜ୍ ଏକ୍ସପ୍ରେସନ୍ ଗ୍ରୁପରେ ନୃତ୍ୟ ଶିଖୁଥିଲେ । ଉତ୍କଳଦିବସରେ ଦୁବାଇରେ ଏକ ସମାରୋହରେ ନୃତ୍ୟ ପରିବେଷଣ କରିବା ପାଇଁ କୁନିକୁନି ପିଲାଙ୍କୁ କୁହାଯାଇଥିଲା । ଏବାବଦକୁ ସେଠାକାର ଡ୍ୟାନ୍ସର ଶେଫାଳିଳା ମହାନ୍ତି ପାସପୋର୍ଟ ଓ ଭିସା ପାଇଁ ୩ଲକ୍ଷ ୪୦ହଜାର ୫୦୭ ଟଙ୍କା ନେଇଥିଲେ । ପରେ କୁନିପିଲାଙ୍କ ଅଭିଭାବକମାନେ ଜାଣିବାକୁ ପାଇଲେ ଯେ କରୋନା ପାଇଁ ଦୁବାଇରେ ଏଭଳି କୌଣସି କାର୍ଯ୍ୟକ୍ରମ ହେଉନାହିଁ । ଏହାପରେ ସେମାନେ ସମ୍ପୃକ୍ତ ମ୍ୟାଡାମ୍‌ଙ୍କୁ ଯୋଗାଯୋଗ କରିଥିଲେ । ହେଲେ ସେ ଆଉ ଧରାଛୁଆଁ ଦେଇନଥିଲେ । ଏନେଇ ଥାନାରେ ଗତ ୫ ତାରିଖରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking