37.1 C
Bhubaneswar
Friday, May 17, 2024
Homeଓଡିଶା୨୧ ଜିଲ୍ଳାରେ ନିଅଣ୍ଟିଆ ବର୍ଷା

୨୧ ଜିଲ୍ଳାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରବାହ କ୍ରମାଗତ ଭାବେ ନୈରାଶଜନକ ରହିଛି । ଜୁନ୍ ୧ରୁ ୭ ଜୁଲାଇ ମଧ୍ୟରେ ୪୭୫.୬ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୬୫୪.୬ ମିମିଠାରୁ ୨୭% କମ୍ । ରାଜ୍ୟର ମାତ୍ର ୯ ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକ ରହିଛି । ବାକି ୨୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଯାଜପୁର, ଭଦ୍ରକ, ଗଜପତି, ବଲାଙ୍ଗିର, କେନ୍ଦୁଝର, ନବରଙ୍ଗପୁର, ଝାରସୁଗୁଡ଼ା, କଳାହାଣ୍ଡୀ, ରାୟଗଡ଼ା, ଗଞ୍ଜାମ ଓ ଅନୁଗଳ ଆଦି ୧୧ ଜିଲ୍ଲାରେ ଏବେ ଚାଷ ସ୍ଥିତି ଉତ୍କଟ ହୋଇଛି । ଉପରୋକ୍ତ ସମସ୍ତ ଜିଲ୍ଲାରେ ବୃଷ୍ଟିପାତ କମ୍ ହେବା ଫଳରେ ଅଧିକାଂଶ ଚାଷ ଜମି ଏବେ ଶୁଖିଲା ପଡ଼ିଛି । ବଡ଼କଥା ହେଉଛି ଏକାଧିକ ଜିଲ୍ଲାରେ ଚାଷ କାର୍ଯ୍ୟକୁ ପ୍ରଥମିକତା ପ୍ରଦାନ କରାଯାଉଛି । ନିଅଣ୍ଟିଆ ବର୍ଷା ଫଳରେ ଏବେ ରାଜ୍ୟରେ ମରୁଡ଼ି ପଦଧ୍ୱନି ନଜରକୁ ଆସୁଛି ।

ବର୍ତ୍ତମାନ ସୁଦ୍ଧା ମାଲକାନାଗିରି, କୋରାପୁଟ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ନୂଆପଡ଼ାରେ ସ୍ୱାଭାବିକ ବର୍ଷା ହୋଇଛି । ସର୍ବାଧିକ ପ୍ରଭାବିତ ଅର୍ଥାତ୍ ୪୦% ତଥା ତା’ଠୁ କମ୍ ବର୍ଷା ରେକର୍ଡ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ୪ ଜିଲ୍ଲା ରହିଛି । ଯାଜପୁରରେ ୫୬%, ଭଦ୍ରକରେ ୫୦%, ଗଜପତିରେ ୪୫% ଓ ବଲାଙ୍ଗିରେ ୪୦% କମ୍ ବର୍ଷା ରେକର୍ଡ ହୋଇଛି । ଏହା ମଧ୍ୟରେ ଅଗଷ୍ଟ ୧୫ ଯାଏ ରାଜ୍ୟରେ ବର୍ଷା ପରିମାଣ ନିଅଣ୍ଟିଆ ହିଁ ରହିବ । ସବୁ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ବର୍ଷା ଥିବାବେଳେ କୌଣସି ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା ନାହିଁ । ମୌସୁମୀ ଜନିତ ନିମ୍ନଚାପ ରେଖା ବାୟୁମଣ୍ଡଳରେ ଲମ୍ବିଥିବାବେଳେ ଲା-ଲିନାର ପ୍ରଭାବ ନାହିଁ ।

ଏବେ ଯଦି ବର୍ଷାର ପରିମାଣ ବୃଦ୍ଧି ନପାଏ, ତଥା କୃଷି ବିଭାଗ ପକ୍ଷରୁ କେନାଲ ଦ୍ୱାରା ଜଳସେଚନକୁ ଗୁରୁତ୍ୱ ନ ଦିଆଯାଏ, ତେବେ ଆଗକୁ ଜମିରେ ଫସଲ କମ୍ ବାଳୁଙ୍ଗା ଅଧିକ ନଜରକୁ ଆସିବ । ବାଳୁଙ୍ଗା ବଢ଼ିଲେ, ଫସଲ ଅମଳ ହେବ ନାହିଁ । ତେଣୁ ରାଜ୍ୟରେ ଚାଷ ସ୍ଥିତି ଚଳିତବର୍ଷ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ପାଣିପାଗ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବାବେଳେ କିଛି ସ୍ଥାନରେ ବଜ୍ରପାତ ସହ ଘଡ଼ଘଡ଼ି ମାରିବା ସମ୍ଭାବନା ରହିଛି । ସେହିପରି ୯ ତାରିଖରେ କୌଣସି ଜିଲ୍ଲାକୁ ବର୍ଷା କିମ୍ବା ବିଜୁଳି ଘଡ଼ଘଡ଼ିର ସମ୍ଭାବନା ନାହିଁ । ୧୦ ଓ ୧୧ ତାରିଖ ୨ ଦିନ ରାଜ୍ୟର ଏକାଧିକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି । ଆସନ୍ତା କିଛି ଦିନ ରାଜ୍ୟରେ ପାଗ ମେଘୁଆ ରହିବ । ହେଲେ ଗୁଳୁଗୁଳି ହେବା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking