28.1 C
Bhubaneswar
Saturday, April 20, 2024
Homeଓଡିଶାଏସସିବି ମେଡ଼ିକାଲରେ ମାନସିକ ବିଭାଗରେ ଲକ୍ଷ ଲକ୍ଷ ଟଙ୍କାର ସାଲାଇନ ନଷ୍ଟ

ଏସସିବି ମେଡ଼ିକାଲରେ ମାନସିକ ବିଭାଗରେ ଲକ୍ଷ ଲକ୍ଷ ଟଙ୍କାର ସାଲାଇନ ନଷ୍ଟ

କଟକ : କଟକ ବଡ଼ ମେଡ଼ିକାଲ (ଏସସିବି)ର ଉକୃଷ୍ଟ ମାନସିକ କେନ୍ଦ୍ରରେ ଲକ୍ଷାଧିକ ଟଙ୍କାର ସାଲାଇନ ନଷ୍ଟ ହୋଇ ପଡିଛି । ମାନସିକ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମ ଖିଆଲି ମନଭାବ ଯୋଗୁଁ ସାଲାଇନ ଗୁଡିକ କାର୍ଯ୍ୟରେ ନଲାଗି ନଷ୍ଟ ହୋଇଗଲା । ଜନସାଧାରଣଙ୍କ ଟିକସ ଟଙ୍କାରେ କିଣା ହୋଇ ଆସିଥିବା ଏହି ସାଲାଇନ ଏବେ ପାଣିରେ ପଡିଛି । ଏ ସଂକ୍ରାନ୍ତରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନିକଟରେ ଏକ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଏସସିବି ମାନସିକ ବିଭାଗରେ ଲକ୍ଷାଧିକ ଟଙ୍କାର କିଣାଯାଇଥିବା ସାଲାଇନ ୨୦୧୯ ମସସିହାରୁ ଅବଧି ଶେଷ ହୋଇ ପଡି ରହିଛି ।

ଯାହା ରାଜ୍ୟ ସରକାରଙ୍କ ଯୋଗାଣ, ବିକ୍ରୟ ଲାଗି ନୁହେଁ ବୋଲି ଲେଖା ହୋଇଛି । ମାନସିକ ଉକୃଷ୍ଟ ବିଭାଗ ପୂର୍ବ ଭାରତର ଏକ ମାତ୍ର ପ୍ରତିଷ୍ଠାନ । ଏହି ପ୍ରତିଷ୍ଠାନକୁ ପ୍ରତ୍ୟେକ ଦିନ ଶତାଧିକ ମାନସିକ ରୋଗୀ ଚିକିତ୍ସା ଲାଗି ଆସିଥାନ୍ତି । ଏହି ବିଭାଗରେ ୮ ମହଲା କୋଠା ତଳ ମହଲାରେ ଏହି ଅବଧି ଶେଷ ହୋଇଥିବା ସାଲାଇନ ଦୀର୍ଘ ଦିନ ହେବ ଗଦା ହୋଇ ରହିଛି । ବିଲ୍ଡିଂ ତଳେ ଏଭଳି ଖୋଲା ରହିବ ମଧ୍ୟ ବିପଦ ରହିଛି । ବିଲ୍ଡିଂ ଦେଇ ସାଧାରଣ ରୋଗୀ ଓ  ସମ୍ପର୍କୀୟ ଯାତାୟତ  କରିଥାନ୍ତି ।

କୌଣସି ମୂହର୍ତ୍ତରେ କେହି ମାନସିକ ରୋଗୀ ଏହାକୁ ପିଇ ନଦେବ ତାହା କୁହାଯାଇ ପାରିବ ନାହିଁ । ତେଣୁ ଏହି ଏକ୍ସପାରି ସାଲାଇନ ଗଦା ହୋଇ ରହିବା ରୋଗୀଙ୍କ ପାଇଁ  ବିପଦକୁ ଆମନ୍ତ୍ରଣ କରୁଛି । ଅନ୍ୟପକ୍ଷରେ ଯଦି ବିଭାଗରେ ଏତେ ପରିମାଣରେ ସାଲାଇନ ଆବଶ୍ୟକ ନଥିଲା ତେବେ ମଗାଗଲା କାହିଁକି? କିଛି ଅର୍ଥ ଲୋଭରେ ଏହି ସାଲାଇନ ମଗାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ତେଣୁ ମାନସିକ ବିଭାଗ ମୁଖ୍ୟଙ୍କ ଏଭଳି ଖାମଖିଆଲି ମନଭାବ ଯୋଗୁଁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଲକ୍ଷାଧିକ ଟଙ୍କାର କ୍ଷତି ତାଙ୍କ ଠାରୁ ଆଦାୟ କରାଯିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking