33.1 C
Bhubaneswar
Saturday, April 27, 2024
Homeଓଡିଶାପଞ୍ଚଭୂତରେ ଲୀନ ହୋଇଛି ଦାମଙ୍କ ପାର୍ଥିବ ଶରୀର

ପଞ୍ଚଭୂତରେ ଲୀନ ହୋଇଛି ଦାମଙ୍କ ପାର୍ଥିବ ଶରୀର

ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ । ଶୁକ୍ରବାର ପୁରୀ ସ୍ବର୍ଗଦ୍ୱାରରେ ଅତ୍ୟନ୍ତ ଶୋକାକୁଳ ପରିବେଶରେ ରାତ୍ରି ପ୍ରାୟ ୧୧ ଟା ୩୦ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ବଡ ପୁଅ ସମ୍ବିତ ରାଉତରାୟ ମୁଖାଗ୍ନି ଦେଇଛନ୍ତି । ଦାମ ରାଉତ ଅମର ରହେ ଧ୍ୱନିରେ କମ୍ପିଥିଲା ସ୍ଵର୍ଗଦ୍ଵାର । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗତ ରାଉତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ବେଳେ ଅନ୍ତିମ ସଂସ୍କାର ବେଳେ ପାରାଦ୍ୱୀପ ଓ ପୁରୀର ଅନେକ ଶୁଭେଚ୍ଛୁ ସ୍ଵର୍ଗଦ୍ଵାରରେ ଉପସ୍ଥିତ ରହିଥିଲେ । ପୁରୀ ଏସପି ପିନାକ ମିଶ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଯୁବ ବିଜେଡି ନେତା ସୁନିଲ ମହାନ୍ତିଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଶୁକ୍ରବାର ୮୨ ବର୍ଷ ବୟସରେ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ ଘଟିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଥିଲା । ଓଡ଼ିଶା ରାଜନୀତିର ପିତାମହ ଭୀଷ୍ମ ଭାବେ ପରିଚିତ ଥିଲେ ଡାକ୍ତର ଦାମୋଦର ରାଉତ । ସେ ୭ ଥରର ବିଧାୟକ ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୭୭ ମସିହାରୁ ୨୦୧୯ ମସିହା ପର୍ୟ୍ୟନ୍ତ ସେ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking