40.1 C
Bhubaneswar
Saturday, April 27, 2024
Homeଓଡିଶାସମ୍ବଲପୁରରେ ଝାଡାବାନ୍ତି: ଜଣେ ମୃତ, ୪୯ ଆକ୍ରାନ୍ତ

ସମ୍ବଲପୁରରେ ଝାଡାବାନ୍ତି: ଜଣେ ମୃତ, ୪୯ ଆକ୍ରାନ୍ତ

ସମ୍ବଲପୁର: ସମ୍ବଲପୁର ହୀରାକୁଦ ଅଞ୍ଚଳରେ ବ୍ୟାପିଛି ଝାଡାବାନ୍ତି । ଡାଇରିଆରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଗତ ଦୁଇ ଦିନରେ ପ୍ରାୟ ୪୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ହୀରାକୁଦ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ , ସେମାନଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜନସ୍ବାସ୍ଥ୍ୟ ଏଡିଏମଓ। ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଆଜି ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସମ୍ବଲପୁରରୁ ହୀରାକୁଦ ଯାଇ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବେ। ହୀରାକୁଦ ସହରର ଗୁରୁଦ୍ବାରପଡା, ଗୌଡପଡା, କାଲୋପଡା, ନ୍ୟୁ ମାର୍କେଟ କଲୋନୀ ଏବଂ ମାଛପଡାରେ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଏବେ ଏସବୁ ଅଞ୍ଚଳରେ ଘର ଘର ବୁଲି ଯାଞ୍ଚ କରାଯାଉଛି। ମୋବାଇଲ୍ ହେଲଥ୍ ୟୁନିଟ୍ ଘଟଣା ଉପରେ ନଜର ରଖିଛନ୍ତି।
ଦୂଷିତ ପାନୀୟ ଜଳ ଯୋଗାଣ କାରଣରୁ ଡାଇରିଆ ବ୍ୟାପିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆଶଙ୍କା କରିଛି।ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପାଣିକୁ ବିଶୁଦ୍ଧ କରାଯାଉନାହିଁ,ଯାହା ଫଳରେ ସଂକ୍ରମଣ ବ୍ୟାପୁଛି। ୪ଟି ସ୍ଥାନରୁ ପାନୀୟ ଜଳ ନମୂନ ସଂଗ୍ରହ କରାଯାଇଛି। ଏବେ ଘର ଘର ବୁଲି ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking