42.1 C
Bhubaneswar
Saturday, April 27, 2024
Homeଓଡିଶାବିଚାରଧୀନ କଏଦୀ ମୃତ

ବିଚାରଧୀନ କଏଦୀ ମୃତ

କେନ୍ଦୁଝର : ବିଚାରଧୀନ କଏଦୀଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀ ଗତକାଲି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ନାଁ ଅଜୟ ଦାସ ଓ ତାଙ୍କ ଘର ସଦର ଥାନା ବୋଧବାହାଳି ଗାଁରେ । ନାବାଳିକା ଅସଦାଚରଣ ମାମଲାରେ ଗିରଫ ହୋଇ ଗତ ୧୧ମାସ ହେଲା କେନ୍ଦୁଝର ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ । ଗତକାଲି ଅପରାହ୍ନରେ ଜେଲ ପରିସରରେ ଥିବା ପାଇଖାନା ଟାଙ୍କିରେ ସଂଯୋଗ ଥିବା ଏକ ପାଇପରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରୁ ତାଙ୍କୁ ଜେଲ ୱାର୍ଡର ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking