32.1 C
Bhubaneswar
Friday, April 26, 2024
Homeବଲିଉଡପରଦାକୁ ଆସିଲା ଦବଙ୍ଗ ୩

ପରଦାକୁ ଆସିଲା ଦବଙ୍ଗ ୩

ଭୁବନେଶ୍ୱର: ପରଦାକୁ ଆସିଲା ଦବଙ୍ଗ ହିରୋ ସଲମାନଙ୍କ ଦବଙ୍ଗ ୩ । ହଲ ଭିତରେ ଦେଖିବାକୁ ମିଳିଛି ଭିଡ଼ । ଆଜି ରାଜଧାନୀସ୍ଥିତ ବିଭନ୍ନ ଫିଲ୍ମ ହଲ୍ରେ ସୁପରଷ୍ଟାର ସଲମାନ୍ ଖାନ୍ଙ୍କ ଫ୍ୟାନ୍ମାନଙ୍କ ଭିଡ଼ ଜମିଛି । ମହାରାଜା ହଲରେ ଭୁବନେଶ୍ୱର ସଲମାନ୍ ଖାନ୍ ଫ୍ୟାନ୍ କ୍ଲବ୍ ପକ୍ଷରୁ ସେଲିବ୍ରେସନ୍ ମଧ୍ୟ କରାଯାଇଛି । ସଲମାନଙ୍କ ଏକ ବିରାଟ ଷ୍ଟାଚ୍ୟୁ ଲଗାଯିବା ସହ ସେଥିରେ ଫୁଲମାଳ ପିନ୍ଧା ଯାଇଛି । ଫ୍ୟାନ୍ମାନେ ବାଣ ଫୁଟାଇବା ସହ କେକ୍ କାଟିଛନ୍ତି ଏବଂ ସଲମାନଙ୍କ ଗୀତର ତାଳେ ତାଳେ ଡ୍ୟାନ୍ସ ମଧ୍ୟ କରିଛନ୍ତି । ଏହି ଫ୍ୟାନ୍ କ୍ଲବ୍ରେ ଉଭୟ ଯୁବକ ଏବଂ ଯୁବତୀଙ୍କୁ ଦେଖିବାକୁ ମିଳିଛି । ସଲମାନଙ୍କ ଦବଙ୍ଗ ୩ ପାଇଁ ସେମାନେ ବହୁତ ଉତ୍ସାହିତ ଥିବା ଦେଖାଯାଇଛି । ପରେ ସଲମାନ ଖାନ୍ ଫ୍ୟାନ୍ କ୍ଲବ୍ ସଦସ୍ୟଙ୍କ ପକ୍ଷରୁ ଏକ ରାଲି ମଧ୍ୟ କରାଯାଇଛି । ସଲମାନଙ୍କ ଫ୍ୟାନ୍ମାନଙ୍କ ଭାଇ ଜାନ୍ ଭାଇ ଜାନ୍ ନାରାରେ ରାଜରାସ୍ତା କମ୍ପୁଥିବା ଦେଖାଯାଇଛି ।
https://onakhabar.com/2019/12/21/neha-kakkar/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking