29.1 C
Bhubaneswar
Thursday, May 2, 2024
Homeଅପରାଧମାନବିକତାର ଶେଷ ସୀମା ଟପିଲେ ୨ଯୁବକ

ମାନବିକତାର ଶେଷ ସୀମା ଟପିଲେ ୨ଯୁବକ

ଖୋର୍ଦ୍ଧା :ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କାଇପଦର ଗାଁରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ଏକ ଗଛରେ ବାନ୍ଧି ୨ଜଣ ଯୁବକ ଏକ ବାଡିରେ ନିସ୍ତୁକ ପିଟୁଛନ୍ତି । ମାନବିକତାର ସବୁ ସୀମା ପାର ହୋଇ ଏଭଳି ଅମାନୁଷିକ ଘଟଣା ଘଟାଇଛନ୍ତି । ଏହି ଘଟଣାରେ ୨ଜଣ ଯୁବକ ମାଡ ମାରୁଥିବା ବେଳେ ଅନ୍ୟ ଜଣେ ଯୁବକ ଏଥିରେ ସଂପୃକ୍ତ ଥିବା ଜଣାପଡିଛି । ତେବେ ଯୁବକ ଜଣକ ଛାଡିଦେବା ପାଇଁ ଯେତେ ନେହୁରା ହୋଇ କହିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ । ତେବେ ଏହି ଘଟଣା ପୂର୍ବଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ଜଣାପଡିଛି । ଯୁବକ ମାନେ କେବଳ ମାଡ ମାରି ନଥିଲେ ଏହାର ଶେଷ ସୀମା ଟପି ଯାଇଥିଲେ । ସେମାନେ ଯୁବକଙ୍କ ଉପରେ ପରିସ୍ରା କରିବାକୁ ଉଦ୍ୟମ କରିଛନ୍ତି । ଏହି ଘଟଣା ଗତ ୧୮ ତାରିଖରେ ହୋଇଛି । ତେବେ ଏହି ଘଟଣା ସମସ୍ତ ଗ୍ରାମବାସୀ ଦେଖୁଥିଲେ ମଧ୍ୟ କେହି ଅଟକାଇବାକୁ ଚେଷ୍ଟା କରି ନଥିଲେ କି ପୋଲିସକୁ ଖବର ମଧ୍ୟ ଦେଇ ନଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ସଦର ଥାନା ପୋଲିସ ଘଟଣାର ତଦନ୍ତ କରି ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ଯୁବକଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି ।
https://onakhabar.com/2019/12/21/rape-35/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking