40.1 C
Bhubaneswar
Thursday, April 25, 2024
Homeଓଡିଶାକୂଅରେ ପଡି ବୃଦ୍ଧ ମୃତ

କୂଅରେ ପଡି ବୃଦ୍ଧ ମୃତ

ଢେଙ୍କନାଳ : ଢେଙ୍କନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କାଦୁଆ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା | ଏକ କୂଅରେ ପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇ ଯାଇଛି । ମୃତକ ଜଣକ ହେଲେ ଅନନ୍ତ ଚରଣ ସାହୁ । ତେବେ ଗତକାଲି ରାତିରେ ଚରଣ ଖାଇ ସାରି ଧାନ ଖଳାକୁ ଯାଉଥିବା ସମୟରେ ଅଚାନକ କୂଅରେ ପଡ଼ି ଯାଇଥିଲେ । ପରିବାର ଲୋକେ ତାଙ୍କୁ ରାତିରେ ବହୁ ଖୋଜାଖୋଜି କରି ତାଙ୍କୁ ପାଇ ନଥିଲେ । ହେଲେ ଆଜି ସକାଳେ ତାଙ୍କ ମୃତଦେହ କୂଅରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ୍‌କୁ ଖବର ଦିଆଯାଇଥିଲା । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ମୃତଦେହ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ନିଜର ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking