28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ପରଲୋକ

ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ପରଲୋକ

ଭୁବନେଶ୍ୱର,(ଓଏନଏ): ଆଉନାହାନ୍ତି ପଦ୍ମଶ୍ରୀ ଡି.ପ୍ରକାଶ ରାଓ  । ଆଜି ଅପରାହ୍ନ ୪ଟା ୧୫ ମିନିଟରେ କଟକ ଏସସିବି କୋଭିଡ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । କରୋନାରେ ଆକ୍ରାନ୍ତ ହୋଇ ୨୦ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏନେଇ ଏସସିବି ଜରୁରୀକାଳିନୀ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ପ୍ରଦାନ କରିଛନ୍ତି । ବାସ୍ତବରେ ଏହା ଏହ ଦୁଃଖଦ ଘଟଣା । ସେ ଗରିବ ଅସହାୟ ପିଲାଙ୍କୁ କେମିତି ଭଲ ମଣିଷ କରି ଗଢିତୋଳିବେ ସେହି ଚିନ୍ତା କରୁଥିଲେ । ନିଜର ଏକ ସ୍କୁଲ ମଧ୍ୟ ଖୋଲିଥିଲେ । ସେ କଟକ ବକ୍ସିବଜାର ଅଂଚଳରେ ଏକ ଚା ଦୋକାନ କରିଥିଲେ । ଡି ପ୍ରକାଶ ରାଓଙ୍କ ଜନ୍ମ ୧୧ ନଭେମ୍ବର ୧୯୫୮ ମସିହାରେ ହୋଇଥିଲା ।  କଟକରେ ରହୁଥିବା ସେ ଜଣେ ପଦ୍ମଶ୍ରୀ ସମ୍ମାନିତ ସମାଜସେବୀ । ପେଶାରେ ସେ ଜଣେ ଚା’ ବିକାଳି ହୋଇଥିଲେ ମଧ୍ୟ ନିଜ ସମାଜସେବା କାର୍ଯ୍ୟପାଇଁ ଦେଶ ବିଦେଶରେ ପରିଚିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକରେ ରାଓଙ୍କୁ ସାକ୍ଷାତ କରିଥିଲେ ଓ ନିଜ ମନ କି ବାତ କାର୍ଯ୍ୟକ୍ରମରେ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ ।

ରାଓ, ସକାଳୁ ବକ୍ସି ବଜାରସ୍ଥିତ ନିଜ ଚା ଦୋକାନରେ ବିକ୍ରିବଟା ସାରି କଟକ ବଡ଼ ଡାକ୍ତରଖାନାକୁ ସବୁଦିନ ଯାଆନ୍ତି । ସେଠାରେ ରୋଗୀମାନଙ୍କର ଯେକୌଣସି ସେବା ଆବଶ୍ୟକ, ସେ ନିଜ ସାଧ୍ୟମତେ କରିଥାନ୍ତି । ଇତିମଧ୍ୟରେ ସେ ୨୧୭ ଥର ରକ୍ତଦାନ କରିସାରିଛନ୍ତି । ମୃତ୍ୟୁପରେ ନିଜ ଶରୀରଦାନ କରିବାକୁ ମଧ୍ୟ ସଂକଳ୍ପ ନେଇଥିଲେ । ଏତବ୍ୟତୀତ, ୨୦୦୦ମସିହାରୁ ରାଓ ନିଜ ଘରେ ବସ୍ତି ପିଲାଙ୍କପାଇଁ ଏକ ସ୍କୁଲ ଖୋଲିଥିଲେ । ସ୍କୁଲର ନାମ ରଖିଛନ୍ତି “ଆଶା ଆଶ୍ୱାସନା ଗୃହ” ଓ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଯାଏଁ ଶିକ୍ଷାଦାନ କରନ୍ତି । ବର୍ତ୍ତମାନ ସେଠାରେ ୭୫ଜଣ ଛାତ୍ର ପାଠ ପଢୁଛନ୍ତି । ଚା’ ଦୋକାନରୁ ହେଉଥିବା ଆୟର ଅଧା ସେ ଏହି ସ୍କୁଲ ପରିଚାଳନାରେ ଖର୍ଚ୍ଚ କରୁଥିଲେ । 

ସ୍ତ୍ରୀ ଓ ଦୁଇ ଝିଅ ହରିପ୍ରିୟା ଏବଂ ଭାନୁପ୍ରିୟାଙ୍କୁ ନେଇ ପ୍ରକାଶଙ୍କର ପରିବାର । ରାଓଙ୍କର ଅଣଜେଜେ ଡି ଆପାଲସ୍ୱାମୀ କାକିନାଡ଼ାରୁ ଆସି କଟକରେ ରହିଥିଲେ । ଜେଜେବାପା ଡି ଆଦି ନାରାୟଣ ସ୍ୱାମୀ ଥିଲେ ମଧୁବାବୁଙ୍କର ନିକଟତମ ବ୍ୟକ୍ତି । “ଉତ୍କଳ ଟ୍ୟାନେରୀ”ର ସେ ଥିଲେ ପରିଚାଳକ । ପିତା ଡି କ୍ରୀଷ୍ଣମୂର୍ତ୍ତୀ ଥିଲେ ଇଂରେଜମାନଙ୍କ ସୈନିକ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସେ ଇଂରେଜମାନଙ୍କ ତରଫରୁ ଜାପାନ ବିରୁଦ୍ଧରେ ଯୁଦ୍ଧ କରିଥିଲେ । ବିଶ୍ୱଯୁଦ୍ଧପରେ ସେ କଟକରେ ଏକ ଖବରକାଗଜ ସଂସ୍ଥାରେ କାମ କରୁଥିଲେ । ସେଠାରୁ ଚାକିରି ଯିବାପରେ ତାଳଚେର ରାଜାଙ୍କଠୁ ୫ଟଙ୍କା ସାହାଯ୍ୟ ପାଇ ନିଜ ଚା ଦୋକାନ ଆରମ୍ଭ କରିଥିଲେ । ୫୪ବର୍ଷର ସେହି ଚା ଦୋକାନରେ ପ୍ରକାଶ ରାଓ ଏବେ କାର୍ଯ୍ୟରତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking