31.1 C
Bhubaneswar
Monday, May 6, 2024
Homeଓଡିଶାବାତ୍ୟା ସ୍ଥିର ରହିଲେ ଶକ୍ତିଶାଳୀ ହୁଏ

ବାତ୍ୟା ସ୍ଥିର ରହିଲେ ଶକ୍ତିଶାଳୀ ହୁଏ

ଭୁବନେଶ୍ୱର: ‘ୟାସ’ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ତାଜା ସୂଚନା ପ୍ରଦାନ କରିଛନ୍ତି ।  ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ବାତ୍ୟାରେ ପରିଣତ ହେବ । ବାତ୍ୟା ଗତ ୬ ଘଣ୍ଟାରେ ଗତି ନ କରି ସ୍ଥିର ରହିଛି । ବାତ୍ୟା ସ୍ଥିର ରହିଲେ ଅଧିକ ଶକ୍ତିଶାଳୀ ହେବାର ନଜିର୍ ରହିଛି । ଆଜି ରାତିରୁ ଦକ୍ଷିଣ ଓଡିଶା, କାଲିଠାରୁ ଉତ୍ତର ଉପକୂଳରେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡାରେ ବେଶି ପ୍ରଭାବ ରହିବ । ଏହି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ କ୍ୟାଟେଗୋରୀ ୧ରେ ରଖାଯାଇଛି । ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ ।
ଅନ୍ୟପଟେ ବାତ୍ୟା ‘ୟାସ’ ସଂପର୍କରେ ଆଇଏମଡି ଡିଜି ମୃତ୍ୟୁଜଂୟ ମହାପାତ୍ର ସୂଚନା ଦେଇ କହିଛନ୍ତି, ଏବେ ୟାସ ପାରାଦୀପ ଠାରୁ ୫୦୦ କିମି ଦୂରରେ ରହିଛି । ବର୍ତମାନ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି । ଆଜି ଭୀଷଣ ବାତ୍ୟାର ରୂପ ନେବ । କାଲି ଅତି ଭୀଷଣରେ ପରିଣତ ହେବ । ୨୬ ତାରିଖ ଦ୍ୱିପ୍ରହରରେ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ବାଲେଶ୍ୱର ଜିଲ୍ଲା ଦେଇ ଅତିକ୍ରମ କରିବା ସମ୍ଭାବନା ଅଧିକ ରହିଛି ।  ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୮୫ କିମି ମଧ୍ୟରେ ରହିବ । ଆଜି ଅପରାହ୍ନରୁ ଉପକୂଳ ଅଂଚଳରେ ୪୦/୫୦ କିମି ପବନ ବହିବ । ୨୫ ତାରିଖ ମଧ୍ୟରାତ୍ର ପରେ ପବନ ବଢିବ । ୮୦ କିମି ଛୁଇଁପାରେ । ୨୬ ସକାଳୁ ପବନର ବେଗ ବଢି ୧୨୦ରୁ ୧୩୦ କିମି ହେବ । ଉପକୂଳ ଛୁଇଁଲାବେଳକୁ ପବନ ବେଗ ସର୍ବାଧିକ ୧୫୫ରୁ ୧୮୫ ହେବ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ ବେଶି ପ୍ରଭାବ ପଡିବ । ସଂପୃକ୍ତ ୪ ଜିଲ୍ଲାରେ ୧୨୦ରୁ ୧୬୦ କିମି ବେଗରେ ପବନ ବହିପାରେ ।  ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ୯୦ରୁ ୧୨୦ କିମି ପର୍ଯ୍ୟନ୍ତ ପବନ ବହିବ । ଗଂଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିମି ବେଗରେ ପବନ ବହିବ । କାଲି ଓ ୨୬ ତାରିଖରେ ଉତ୍ତର ଓଡିଶାରେ ଅତି ପ୍ରବଳ ବର୍ଷା ହେବ । ବାତ୍ୟା ପ୍ରଭାବରେ ସମୁଦ୍ରରୁ ୨ରୁ ୪ ମିଟର ଉଚ୍ଚ ଜୁଆର ଆସିବା ସମ୍ଭାବନା ରହିଛି ।  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁରରେ ଜୁଆର ସମ୍ଭାବନା ରହିଛି ।  ଆଗକୁ ପୂର୍ଣ୍ଣିଂମା ଥିବାରୁ ଓ ସଂପୃକ୍ତ ଅଂଚଳ ସମତଳ ଥିବାରୁ ଜୁଆର ଆସିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking