30.1 C
Bhubaneswar
Thursday, May 9, 2024
Homeଓଡିଶାବାତ୍ୟା ପାଇଁ ୮୦୦ ଓଡ୍ରାଫ

ବାତ୍ୟା ପାଇଁ ୮୦୦ ଓଡ୍ରାଫ

ଭୁବନେଶ୍ୱର: ବାତ୍ୟା ମୁକାବିଲାରେ ସାମିଲ ହେବେ ୮୦୦ ଓଡ୍ରାଫ କର୍ମଚାରୀ ।  ଅତ୍ୟାଧୁନିକ ସାମଗ୍ରୀ ସହ ମୁକାବିଲାରେ ସାମିଲ ହେବେ । ଓଡ୍ରାଫ ମୁତୟନ ନେଇ ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି ।
ତେବେ ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି ।  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇଛି ୟାସ ।  ବାତ୍ୟା ନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି ସୂଚନା ଦେଇ କହିଛନ୍ତି, ବଙ୍ଗୋପସାଗରରେ ସକାଳ ୫ଟା ୩୦ରେ ବାତ୍ୟା ରୂପ ନେଇଛି । ଗତ ୬ ଘଣ୍ଟାରେ ଏହା ସମୁଦ୍ର ଭିତରେ ଗତି କରିନାହିଁ ।  ଏବେଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବ । ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ।
ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣପୂର୍ବକୁ ୫୪୦ କିମି ଦୂରରେ ବାତ୍ୟା ୟାସ ।  ବାଲେଶ୍ୱରରୁ ଦକ୍ଷିଣ ଦକ୍ଷିଣ ପୂର୍ବର ୬୫୦ କିମି ଦୂରରେ ୟାସ ରହିଛି । ଦୀଘା ଠାରୁ ୬୩୦ କିମି ଦକ୍ଷିଣ ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ଭୀକ୍ଷଣ ବାତ୍ୟା ରୂପ ନେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking