30.1 C
Bhubaneswar
Friday, April 26, 2024
Homeଓଡିଶାଯାଜପୁର ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ଓ ବନ୍ୟା ପ୍ରଭାବରେ ଚାଷୀ କୂଳ ସର୍ବାଧିକ କ୍ଷତିଗ୍ରସ୍ତ

ଯାଜପୁର ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ଓ ବନ୍ୟା ପ୍ରଭାବରେ ଚାଷୀ କୂଳ ସର୍ବାଧିକ କ୍ଷତିଗ୍ରସ୍ତ

ଯାଜପୁର: ଜିଲାରେ ଆସିଥିବା ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ଓ ବନ୍ୟା ଛାଡିଯାଇଛି । ହେଲେ ବିପନ୍ନଙ୍କ ଦୁର୍ଦ୍ଧଶା ବଢ଼ିଯାଇଛି । ବିଶେଷ କରି ଚାଷୀ କୂଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଚାଷ ଜମିରେ ହସୁଥିବା ସୁନାର ପଂସଲ ମାଟିରେ ମିଶି ଯାଇଛି । ଧାର କରଜ କରି ଚାଷୀ କରିଥିବା ପଂସଲ ମାଟିରେ ମିଶିବା ପରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଧାର କରଜ କରି ଚାଷ କରିଥିବା ପନିପରିବା ଠାରୁ ଆରମ୍ଭ କରି ଡାଳୁଅ ଧାନ ସବୁ କିଛି ଉଜୁଡି ଯାଇଛି ବାତ୍ୟା ଓ ବନ୍ୟାରେ । ସେପଟେ କ୍ଷୟକ୍ଷତିର ଆକଳନ ଚାଲିଛି ଆସନ୍ତା ଜୁନ ୩ ତାରିଖ ସୁଦ୍ଧା ରିପୋର୍ଟ ରାଜ୍ୟସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି

ବାତ୍ୟା ଓ ବନ୍ୟା ଛାଡି ଯିବା ପରେ ବଢ଼ିଛି ଚାଷୀଙ୍କ ଦୁର୍ଦ୍ଧଶା । ଶହ ଶହ ଏକର ଚାଷ ଜମିରେ ନଷ୍ଟ ହୋଇଛି ପନିପରିବା ଓ ଡାଳୁଅ ଧାନ । ଏ ହେଉଛି ଯାଜପୁର ବ୍ଲକ ସିିମିଳିଆ ପଂଚାୟତର ଦୃଶ୍ୟ । ଚାଷୀ ଧାର କରଜ କରି ଥିବା ବାଇଗଣ,ପୋଟଳ,ଜହ୍ନି ଭଳି ପଂସଲ ସବୁ କିଛି ବାତ୍ୟା ଓ ବନ୍ୟାରେ ନଷ୍ଟ ହୋଇଯାଇଛି । ଖାଲି ପନିପରିବା ନୁହେଁ ଡାଳୁଅ ଧାନ ବି ମାଟିରେ ମିଶିଯାଇଛି । ସ୍ଥାନୀୟ ଲୋକେ ଚାଷ କାର୍ଯ୍ୟ କରି ଗୁଜୁରାଣ ଚଳାଉ ଥିବା ବେଳେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଏମାନଙ୍କ ମେରୁଦଣ୍ଡକୁ ଭାିଂଗିଦେଇଛି
କେବଳ ସିମିଳିଆ ପଂଚାୟତ କାହିଁକି ସମଗ୍ର ଜିଲାର ୪ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଜିଲାର ମୋଟ ୮୧୯ ହେକ୍ଟର ଚାଷ ଜମି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଆକଳନ କରିଛି ଉଦ୍ୟାନ କୃଷି ବିଭାଗ । ପ୍ରତିବର୍ଷ ବନ୍ୟାରେ ଏଭଳି ବିପର୍ଯ୍ୟୟ ର ସାମ୍ନା କରୁଛନ୍ତି ଚାଷୀ କୂଳ । କିନ୍ତୁ ଏଥିପ୍ରତି କୌଣସି ବ୍ୟବସ୍ଥା କରୁନଥିବାରୁ ଚାଷୀ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି ସିନା କୌଣସି କ୍ଷତିପୁରଣ ମିଳୁନଥିବା ଅଭିଯୋଗ ହୋଇଛି । ତେଣୁ ବନ୍ୟାର ସ୍ଥାୟୀ ପ୍ରତିକାର କରିବା ସହିତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁଉଚିତ ପରିମାଣର କ୍ଷତିପୁରଣ ଦେବାକୁ ଦାବୀ ହୋଇଛି । ସେପଟେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ ଚାଲିଛି । ଆସନ୍ତା ଜୁନ ୩ ତାରିଖ ସୁଦ୍ଧା କ୍ଷତିପୁରଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି କୃଷି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।
ବାରମ୍ବାର ହେଉଛି ପ୍ରାକୃତିକ ବିପର୍ଯ୍ୟୟ ହେଲେ ଏହାର ସ୍ଥାୟୀ ପ୍ରତିକାର ହେବା ସହିତ ଚାଷୀ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହେବାର ଆବଶ୍ୟକତା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking