38.1 C
Bhubaneswar
Friday, April 26, 2024
Homeଓଡିଶାକଟକ ପଟାପୋଲ ଅଂଚଳ ସିଲ୍‌

କଟକ ପଟାପୋଲ ଅଂଚଳ ସିଲ୍‌

ଭୁବନେଶ୍ୱର : କଟକରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଏବେ ସଂପୃକ୍ତ ରୋଗୀ ଚିହ୍ନଟ ହୋଇଥିବା ଅଂଚଳକୁ କଟକ ମହାନଗର ନିଗମ ପକ୍ଷରୁ ସିଲ୍ କରାଯାଇଛି । କଟକ ପଟାପଲ ଅଂଚଳକୁ ସଂମ୍ପୂର୍ଣ୍ଣ ସିଲ୍ କରାଯାଇଛି । ସପୃକ୍ତ ଅଂଚଳକୁ ସଂକ୍ରମଣ ଅଂଚଳଭାବେ ଘୋଷଣା କରାଯାଇଛି । ଏଥିରେ ବକ୍ସିବଜାର ଛକରୁ ଷ୍ଟୁଆର୍ଡ ସାଇନ୍ସ କଲେଜ ଯାଏଁ,ଷ୍ଟୁଆର୍ଡ ସାଇନ୍ସ କଲେଜରୁ ସୂତା ହାଟ ମସଜିତ୍ ଛକ ଯାଏଁ ଏବଂ ସୂତା ହାଟ ମସଜିତ୍ ଛକରୁ ତିନିକଣିଆ ବଗିଚା ପାର୍କ ଯାଏଁ ଓ ତିନି କଣିଆ ବଗିଚା ପାର୍କରୁ ବକ୍ସି ବଜାର ଛକ ପର୍ଯ୍ୟନ୍ତ ଅଂଚଳକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ପଟାପୋଲ ଅଂଚଳର ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ କଟକ ସହରକୁ ୪୮ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା । ଆଜି ସିଏମସି ପକ୍ଷରୁ ଉକ୍ତ ଅଂଚଳକୁ ସିଲ୍ କରାଯାଇଛି । ସେହି ଅଂଚଳରେ ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍ ବନ୍ଦ ରହିବ । କୌଣସି ଯାନ ବାହନ ଚଳାଚଳ କରିପାରିବ ନାହିଁ । କୌଣସି ବାହାର ବ୍ୟକ୍ତିଙ୍କୁ ସେ ଅଂଚଳକୁ ପୁରାଇ ଦିଆଯିବ ନାହିଁ ଓ ସେ ଅଂଚଳରୁ କୌଣସି ବ୍ୟକ୍ତିଙ୍କୁ ବାହାରକୁ ବାହାରିବାକୁ ଦିଆଯିବ ନାହିଁ । ସଂପୃକ୍ତ ଅଂଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସିଲ୍ ଅଂଚଳର ଲୋକଙ୍କ ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସିଏମସି ପଂହଚାଇବ । ଏଥିପାଇଁ ସିଏମସି ୪ଜଣିଆ ଟିମ୍ ଗଠନ କରିଛି ।
ସଂଯିବିତାରାୟ(ଡେପୁଟି କମିଶନର) ଫୋନ ନଂ-୯୪୩୭୧୮୭୮୮୮, ପ୍ରଦୀପ ସାହୁ( ଏଇଓ) ଫୋନ୍ ନଂ- ୯୪୩୭୩୧୫୧୫୨, ପ୍ରକାଶ ଚନ୍ଦ୍ର ସାହୁ(ଏମଓ) ଫୋନ ନଂ -୯୬୯୨୯୭୮୫୭୯, ଜିତେନ୍ଦ୍ରଳ ପାଲ୍‌(ପିଏଚଏମ) ଫୋନ ନଂ- ୯୪୩୯୯୯୯୦୮୩ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking