26.1 C
Bhubaneswar
Friday, March 29, 2024
Homeଓଡିଶାସୂର୍ଯ୍ୟନଗର, ବମିଖାଲ ଓ ପୁରୀ ଆକ୍ରାନ୍ତଙ୍କର ବାହାର ରାଜ୍ୟର ଲିଙ୍କ ଆସିଲା

ସୂର୍ଯ୍ୟନଗର, ବମିଖାଲ ଓ ପୁରୀ ଆକ୍ରାନ୍ତଙ୍କର ବାହାର ରାଜ୍ୟର ଲିଙ୍କ ଆସିଲା

ଭୁବନେଶ୍ୱର : ସୂର୍ଯ୍ୟନଗର, ବମିଖାଲ ଏବଂ ପୁରୀ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଲିଙ୍କ ବାହାରିଛି । ଉଭୟ ମାମଲାରେ ବାହାରିଛି ରାଜ୍ୟ ବାହାର ଲିଙ୍କ । ପ୍ରଦୀପ୍ତ ଦଳ ବେହେରାଙ୍କ ପରିବାରର ଜଣେ ସଦସ୍ୟ କଲିକତାରେ ୪ଦିନ ରହିଛନ୍ତି । ସେଠାରୁ ସେ ସଂକ୍ରମିତ ହୋଇଛନ୍ତି । ବମିଖାଲ କରୋନା ରୋଗୀଙ୍କ ବାପା ଭୋପାଳରେ ରୁହନ୍ତି । ସେ ମଧ୍ୟ କରୋନା ପଜେଟିଭ୍ ବୋଲି ଜଣାପଡିଛି ।  ପୁରି ଜିଲ୍ଲାର ବ୍ୟକ୍ତି ଜଣକ ଭୁବନେଶ୍ୱର ବିଜେବି ନଗର ପୋଷ୍ଟ ଅଫିସରେ କାମ କରୁନ୍ତି । ପୁରୀ କୋରୋନା ପଜିଟିଭ୍ ଜଣେ ପୋଷ୍ଟମ୍ୟାନ୍ । ସେ ବିଜେବି ନଗର ସବ୍ ଫୋଷ୍ଟ ଅଫିସରେ କାମ କରନ୍ତି । ଦୀଲ୍ଲିରୁ ଫେରିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିଲେ ।  ସୂଚନା ଦେଲେ ବିଏମସି କମିଶନର । ବିଜେବି ନଗର ସମେତ ଏହା ସଂପର୍କୀତ ନଗରବାସୀଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ । ଗୌତମ ନଗର ଓ କୋର୍ଟ ଅଂଚଳରେ ସେ ଚିଠି ପତ୍ର ବାଣ୍ଟିଛନ୍ତି । ଏଣୁ ଯେଉଁମାନେ ତାଙ୍କ ସଂପର୍ଶରେ ଆସିଛନ୍ତି, ସେମାନେ ବାଧ୍ୟତାମୂଳକ ଭାବେ ହୋମ କ୍ୱରେଣ୍ଟାଇଇନରେ ରୁହନ୍ତୁ ଏବଂ ନିଜକୁ ୧୦୪ରେ ପଞ୍ôଜକୃତ କରନ୍ତୁ । ତାଙ୍କର ଯାହା ଟେଷ୍ଟ କରାଯିବା କଥା ତାହା କରନ୍ତୁ ।ଏହା ସହ ଯଦି କିଛି ଲକ୍ଷଣ ଦେଖାଯାଉଛି ତାହେଲେ, ୧୦୪କୁ ଜଣାଇବାକୁ ନିର୍ଦ୍ଦେଶ ଦେଲେ ବିଏମସି କମିସନର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking