31.1 C
Bhubaneswar
Monday, May 6, 2024
Homeଓଡିଶାଏସ୍‌ସିବିରେ ଫ୍ୟାନ୍‌ ଖସି ପଡ଼ିବା ଘଟଣାରେ ମହିଳାଙ୍କ ମୃତ୍ୟୁ

ଏସ୍‌ସିବିରେ ଫ୍ୟାନ୍‌ ଖସି ପଡ଼ିବା ଘଟଣାରେ ମହିଳାଙ୍କ ମୃତ୍ୟୁ

କଟକ  : କଟକ ବଡ଼ ମେଡିକାଲରେ ଫ୍ୟାନ୍ ପଡ଼ିବା ଘଟଣାରେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ଗତ ୮ ତାରିଖରେ ଏସ୍‌ସିବି ମେଡିକାଲ କଲେଜର ସର୍ଜରୀ ବିଭାଗ ଛାତରୁ ଫ୍ୟାନ୍ ଖସିପଡ଼ିଥିଲା । ତେବେ ଏହି ଫ୍ୟାନ୍‌ ତଳେ ଶୋଇଥିବା ଜଣେ ମହିଳା ରୋଗୀ ଏଥିରେ ଗୁରୁତର ଆହତ ହୋଇଥିଲେ। ପ୍ରାୟ ୮ ଦିନ ଧରି ସଂଗ୍ରାମ କରିବା ପରେ ଶେଷରେ ଗତକାଲି ରାତି ୧୦ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାରଲୋକ ସୂଚନା ଦେଇଛନ୍ତି। ମୃତକଙ୍କ ନାଁ ପାର୍ବତୀ ଦାସ । ଏହି ୭୫ ବର୍ଷ ବୟସ୍କା ମହିଳାଙ୍କ ଘର ଯାଜପୁର ଜିଲ୍ଲାରେ । ସେ ନିଆଁରେ ପୋଡି ହୋଇ ଗତ ୫ ତାରିଖ ଦିନ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଫ୍ୟାନ୍‌ ପଡ଼ି ଗୁରୁତର ହେବା ପରେ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପରିବାର ଲୋକେ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ଡାକ୍ତରଖାନାରେ କିଭଳି ଭାବେ ରକ୍ଷଣା ବେକ୍ଷଣ କରାଯାଉଛି ଓ ଏଠାରେ ରୋଗୀ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking