31.1 C
Bhubaneswar
Monday, May 27, 2024
Homeଓଡିଶାମିଶନ ଶକ୍ତି ନାଁରେ କୋଟି କୋଟି ଟଙ୍କାର ହରି ଲୁଟ:ନରସିଂହ ମିଶ୍ର

ମିଶନ ଶକ୍ତି ନାଁରେ କୋଟି କୋଟି ଟଙ୍କାର ହରି ଲୁଟ:ନରସିଂହ ମିଶ୍ର

ଭୁବନେଶ୍ଵର: ଲକ୍ଷ୍ୟଠୁ ଦୁରେଇ ଯାଉଛି ମିଶନ ଶକ୍ତି କାର୍ଯ୍ୟକ୍ରମ । ମହିଳା ସଶକ୍ତିକରଣ ନାଁରେ କୋଟି କୋଟି ଟଙ୍କାର ହରିଲୁଟ ଚାଲିଛି। ମିଶନ ଶକ୍ତିରେ ଅନିୟମିତତା ଶୀର୍ଷକ ମୁଲତବୀ ଆଲୋଚନା ବେଳେ ସରକାରଙ୍କୁ ଏପରି କହି ଟାର୍ଗେଟ କରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଯଦି ମନ୍ତ୍ରୀ କହୁଛନ୍ତି ମୁଲତବୀ ପ୍ରସ୍ତାବ ତଥ୍ୟ ଉପରେ ଆଧାରିତ ନୁହେଁ ତେବେ ତଥ୍ୟ କାହାକୁ କୁହାଯାଏ ସରକାର ଓ ବିଭାଗ ଜାଣିଛନ୍ତି କି ?
ନରସିଂହ ମିଶ୍ର କହିଛନ୍ତି ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ଯେଉଁ ଋଣ ଦିଆଯାଉଛି ତାହା ସେହି ଉଦ୍ଦେଶ୍ୟରେ ଖର୍ଚ୍ଚ କରା ଯାଇ ପାରୁନି । ସେଥିପାଇଁ ସେମାନେ ଋଣ ପରିଶୋଧ କରି ପାରୁନାହାନ୍ତି । ଏହି କଥା ବାରମ୍ବାର ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି । ଏହା ସହିତ ବଜାର ବ୍ୟବସ୍ଥା ଏବଂ ଟ୍ରେନିଂ ଦିଆ ଦିଆଯାଉ ନଥିବା ବାରମ୍ବାର ଷ୍ଟାଣ୍ଡିଂ କମିଟି ସୁପାରିସ କରୁଛି । ଯଦି ମନ୍ତ୍ରୀ ଷ୍ଟାଣ୍ଡିଂ କମିଟିର ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ତେବେ ଷ୍ଟାଣ୍ଡିଂ କମିଟି କଣ ପାଇଁ ରହିବ । ଏହାକୁ ନେଇ ସରକାରଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି ନରସିଂହ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking