26.1 C
Bhubaneswar
Friday, May 10, 2024
Homeଓଡିଶାସଂକ୍ରମଣ ଭୟରେ ସ୍ଥାନୀୟବାସୀ ଖଣି ଅଚଂଳରୁ ବନ୍ଦକଲେ କ୍ରୋମାଇଟ ପରିବହନ

ସଂକ୍ରମଣ ଭୟରେ ସ୍ଥାନୀୟବାସୀ ଖଣି ଅଚଂଳରୁ ବନ୍ଦକଲେ କ୍ରୋମାଇଟ ପରିବହନ

ଯାଜପୁର (ଅଭିମନ୍ୟୁ ମିଶ୍ର):ସାରା ବିଶ୍ୱ କରୋନା ଆତଙ୍କରେ ଆତଙ୍କିତ । ଏହି ରୋଗକୁ ରୋକିବା ପାଇଁ ଦେଶର ସମସ୍ତ ଅଚଂଳରେ ଲକଡ଼ାଉନ ହେବା ସହ ବହୁ ସ୍ଥାନରେ ସଟ୍‌ଡ଼ାଉନ ଲାଗୁ ହୋଇଛି । ତେବେ ଖଣି ଅଚଂଳରେ କ୍ରୋମାଇଟ ପରିବହନ ବାହାର ରାଜ୍ୟକୁ ହେଉଥିବାରୁ ଅଚଂଳରେ ସଂକ୍ରମଣ ଆଶଂକା କରି ଭୟବିତ ସ୍ଥାନୀୟ ଗ୍ରାମବାସୀ ମାନେ କ୍ରୋମାଇଟ ପରିବହନକୁ ଆଜି ବନ୍ଦ କରିଥିବା ଜଣାପଡ଼ିଛି । ଲକଡ଼ାଉନ ପରେ ମଧ୍ୟ ପରିବହନ ବଳବତ୍‌ତ ରହିଥିବା ବେଳେ ସେମାବାର ଦିନ କାଳିଆପାଣି ପଚାଂୟତରେ ଅବସ୍ଥିତ ଓଡ଼ିଶା ଖଣି ନିଗମ ଦକ୍ଷିଣ କାଳିଆପାଣି ଖଣି ଫାଟକ ସମ୍ମୁଖରେ କାଳିଆପାଣି ସରଂପଚ ସମେତ ଗ୍ରମାବାସୀ ମାନେ କ୍ରୋମାଇଟ ପରିବହନକୁ ବନ୍ଦ କରିବା ପାଇଁ ଗେଟରେ ଧାରଣାରେ ଦେଇଥିଲେ । ଯାହା ଦ୍ୱାରା ଖଣି ନିଗମର ଗେଟ ବନ୍ଦ ରହିବା ସହ କ୍ରୋମାଇଟ ଲୋଡ଼ିଂ ପାଇଁ ଆସିଥିବା ଟ୍ରକ ଗୁଡ଼ିକକୁ ଲୋଡ଼ିଂ ପାଇଁ ପଶିବାକୁ ଦେଇନଥିଲେ । ଖବର ପାଇ ଖଣି ନିଗମ ଦକ୍ଷିଣ କାଳିଆପାଣି ଖଣି ପରିଚାଳକ କାଠି ପ୍ରଧାନ ଓ ଥାନା ଏସ.ଆଇ ବିଭୁତି ମହାପାତ୍ର ଘଟଣାସ୍ଥଳରେ ପହଁଚି ଧାରଣାରତ ଲୋକଙ୍କ ସହ ଆଲୋଚନା କରିଥିଲେ । ତେବେ କାଳିଆପାଣି ସରପଚଂ କଳ୍ପନା ଜେନା ବାହାର ଅଚଂଳରୁ ଆସୁଥିବା ଟ୍ରକ ଡ଼୍ରାଇଭର ମାନଙ୍କ ଦ୍ୱାରା ଏଅଚଂଳରେ କରୋନା ରୋଗ ସଂକ୍ରମଣ ହୋଇପାରେ ବୋଲି ମତରଖିଥିଲେ । ତାହା ସହ କିଛି ଦିନ ପର୍ଯ୍ୟନ୍ତ ପରିବହନ ରୋକିଦେବାକୁ ଅନୁରୋଧ ରଖିଥିଲେ । ଏନେଇ ପରିଚାଳକ କାଠି ପ୍ରଧାନ ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ କିଛି ଦିନ ପର୍ଯ୍ୟନ୍ତ ପରିବହନ ବନ୍ଦ ରଖିବାକୁ ପ୍ରତିଶୃତି ଦେବାପରେ ଗ୍ରାମବାସୀ ମାନେ ନିଜନିଜ ଘରକୁ ଫେରି ଯାଇଥିଲେ । ସେପରି କଅଂସ ପଚାଂୟତର ଓସ୍ତପାଳ ଫେକର ଖଣିରୁ ପରିବହନ କରୁଥିବା ଓସ୍ତପାଳ ଖଣି ସମ୍ମୁଖରେ ଶତାଧିକ ମହିଳା ସମେତ ଗ୍ରମାବାସୀ ମାନେ ଖଣିରୁ ପରିବହନ କାର୍ଯ୍ୟବନ୍ଦ କରିବା ପାଇଁ ଖଣି ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ । ଖବର ପାଇଁ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲୀ ଓ ଖଣି ପରିଚାଳକ ଅଜୟ କୁମାର ପାତ୍ର ଆନ୍ଦୋଳନରତ ଗ୍ରାମାବାସୀଙ୍କ ନିକଟରେ ପହଁଚି ଅଭିଯୋଗ ଶୁଣିଥିଲେ । ଥାନା ଅଧିକାରୀ ରମାକାନ୍ତ ମୁଦୁଲୀ ପରିଚାଳକ ଶ୍ରୀ ପାତ୍ରଙ୍କ ସହ ଆଲୋଚନା କରି ତାଙ୍କ ସହମତି କ୍ରମେ ପରିବହନକୁ ବନ୍ଦ କରିବାକୁ ଲୋକମାନଙ୍କୁ ପତିଶୃତି ଦେଇଥିଲେ । ତେବେ ଏହି ପରିବହନ ବନ୍ଦ ଆନ୍ଦୋଳନରେ କାଳିଆପାଣିରେ କାଳିଆପାଣି ପଚାଂୟତ ନାଏବ ସରପଚଂ ମୋତିଲାଲ ମହାନ୍ତ,ସମିତ ସଭ୍ୟା ସଙ୍ଗିତା ପ୍ରଧାନ,କାଳିଆପାଣି ଗ୍ରାମବାସୀ ତଥା ଶ୍ରମିକ ସଂଘ ଉପସଭାପତି ଭରତ ମହାନ୍ତ ସହ ବହୁ ମହିଳା ସାମିଲ ହୋଇଥିଲେ । ସେପରି ଓସ୍ତପାଳ ଫେକର ଖଣିରେ ଯୁବନେତା ଆଶିଶ ଜେନା.ଭରତ ମହାନ୍ତ,ଶୁଶାନ୍ତ ,ସୁବେଇ ମୁଣ୍ଡା,ତିରିଆ ସେରେନ ପ୍ରମୁଖ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking