28.1 C
Bhubaneswar
Friday, March 29, 2024
Homeଓଡିଶାଖୁବ୍ ଶୀଘ୍ର ଆଇସିଏମଆରକୁ ୭ ଲକ୍ଷ କିଟ୍

ଖୁବ୍ ଶୀଘ୍ର ଆଇସିଏମଆରକୁ ୭ ଲକ୍ଷ କିଟ୍

ଭୁବନେଶ୍ୱର : ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେଥିପାଇଁ ପ୍ରତିଦିନ ଅଧିକ ସଂଖ୍ୟାରେ କରୋନା ଟେଷ୍ଟ ପାଇଁ ରବିବାର ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମଆର) ନିର୍ଦ୍ଦେଶ ଦେଇଛି । ବର୍ତମାନ ପରିସ୍ଥିତିରେ ଅଧିକରୁ ଅଧିକ ସଂଖ୍ୟାରେ କିଟ୍ ଆବଶ୍ୟକ ହେଉଥିବାରୁ ଏପ୍ରିଲ ୮ ତାରିଖ ସୁଦ୍ଧା ୭ ଲକ୍ଷ କିଟ୍ କେନ୍ଦ୍ର ସରକାର ଯୋଗାଇଦେବେ ବୋଲି ସୂଚନା ମିଳିଛି । ମାର୍ଚ୍ଚ ୧୩ ତାରିଖରେ ଦିଲ୍ଲୀରେ ହୋଇଥିବା ଧାର୍ମିକ ସମାବେଶ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ ଆକ୍ରାନ୍ତଙ୍କ ଛଡା ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର କରାଯାଉଛି । ରବିବାର ଗୋଟିଏ ଦିନରେ ଦେଶରେ ୫୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ଦେଶର ମୃତ୍ୟୁ ସଂଖ୍ୟା ୧୦୯ ଛୁଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୬୭ ଛୁଇଁଛି।
ଏବେ ମୋଟ୍ ୩,୬୬୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୨୯୧ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏଯାବତ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଥିବା ବେଳେ ଦ୍ୱିତୀୟରେ ତାମିଲନାଡୁ ଏବଂ ତୃତୀୟରେ ଦିଲ୍ଲୀ ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking