34.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗବାଘଛାଲ ଜବତ କଲା କ୍ରାଇମବ୍ରାଞ୍ଚ

ବାଘଛାଲ ଜବତ କଲା କ୍ରାଇମବ୍ରାଞ୍ଚ

ମୟୁରଭଞ୍ଜ : ବନ୍ୟପ୍ରାଣୀ ଚାଲାଣ ଗ୍ୟାଙ୍ଗକୁ ଜବତ କରିଛି କ୍ରାଇମବ୍ରାଞ୍ଚ । ବିକ୍ରୀ ଡିଲ ବେଳେ ଜବତ ହୋଇଛି ବାଘ ଚମଡା ଓ ହାତୀ ଦାନ୍ତ । ମୟୁରଭଞ୍ଜ ଓ କେନ୍ଦୁଝରରୁ କଲରାପତରିଆ ବାଘ ଚମଡା ସହିତ ହାତୀ ଦାନ୍ତ ଜବତ କରାଯାଇଛି । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
 
କ୍ରାଇମବ୍ରାଞ୍ଚ ଏସଟିଏଫ ଓ ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଚଢାଉ ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । 
ବାଘ ଚମଡା ଓ ହାତୀଦାନ୍ତ ବିକ୍ରି କରିବା ପାଇଁ ଲାକ୍ଷାଧିକ ଟଙ୍କାର ଡିଲ ହେଉଥିବା ସମୟରେ ବିଶେଷ ସୁତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଟିମ ଚଢାଉ କରିଥିଲେ ।
 
କେନ୍ଦୁଝରରେ ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଏହି ଅଭିଯୁକ୍ତ ମାନେ ଖସିବାକୁ ଉଦ୍ୟମ କରିଥିଲେ ଓ ଏସଟିଏଫ ହାତରେ ଧରା ପଡିଥିଲେ । ଅଭିଯୁକ୍ତ ମାନେ ବାଘ ଚମଡା ଓ ହାତୀ ଦାନ୍ତ କେଉଁଠୁ ଆଣିଲେ , ସେମାନେ ନିଜେ ଶିକାର କରିଛନ୍ତି ନା ଆଉ କେଉଁଠୁ ସଂଗ୍ରହ କରିଛନ୍ତି ସେନେଇ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking