28.1 C
Bhubaneswar
Saturday, April 27, 2024
Homeଓଡିଶାଟସ୍ ହାରି ଓଡିଶାର ଦମଦାର ବ୍ୟାଟିଂ

ଟସ୍ ହାରି ଓଡିଶାର ଦମଦାର ବ୍ୟାଟିଂ

ଓଡିଶା-ବିହାର ସିକେ ନାଏଡୁ ଟ୍ରଫି
ବଲାଙ୍ଗିର (ଦେବାଶିଷ ମିଶ୍ର)- ୨୩ ବର୍ଷରୁ କମ ସିକେ ନାଏଡୁ କ୍ରିକେଟ ଟ୍ରଫି ର ଏକ ମ୍ୟାଚ ଆଜି ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମ ଠାରେ ଓଡିଶା ଓ ବିହାର ମଧ୍ୟରେ ଆରମ୍ଭ ହୋଇଛି । ଆଜି ସକାଳେ ବିହାର ଅଧିନାୟକ ସୌରଭ ସିଂ ଟସ ଜିଣି ଓଡିଶା ଦଳକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ଓଡିଶା ତରଫରୁ ଇନିଂସ ଆରମ୍ଭ କରିବା ପାଇଁ ବିନିତ ପ୍ରଫୁଲ୍ଲ ମହାନ୍ତି ଓ ଅମ୍ରିତ ଖଟୁଆ ପଡିଆକୁ ଓହ୍ଲାଇଥିଲେ । ଉଭୟ ଖେଳାଳୀ ସୁନ୍ଦର ବ୍ୟାଟିଂ କରି ଦଳର ସ୍କୋରକୁ ୫୫ ରନ ପର୍ଯ୍ୟନ୍ତ ନେଇ ଯାଇଥିଲେ । ତେବେ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ବିନିନ ପ୍ରଫଲ୍ଲ ୩୫ ବଲରେ ୩୫ ରନ କରି ପ୍ରଶାନ୍ତ ସିଂ ବଲରେ କ୍ୟାଚ ଆଉଟ ହୋଇ ଯାଇଥିଲେ । ବିନିତ ୱିକେଟର ପତନ ପରେ ସୌର କୁମାର ଗୌଡ ପଡିଆକୁ ଓହ୍ଲାଇଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ଓଡିଶା ଦଳ ୧ ୱିକେଟ ବିନିମୟରେ ୧୩୧ ରନ ସଂଗ୍ରହ କରି ନେଇଛି । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅମ୍ରିତ ଖଟୁଆ ୪୦ ରନ କରି ବ୍ୟାଟିଂ କରୁଥିବା ବେଳେ ସୌରଭ ୪୮ ରନ କରି ବ୍ୟାଟିଂ କରୁଛନ୍ତି । ଏହି ମ୍ୟାଚରେ ଓଡିଶା ଦଳର ନେତୃତ୍ୱ ନେଉଛନ୍ତି ସୌରଭ ମିଶ୍ର । ମ୍ୟାଚରେ ରେଫରି ଭାବେ ରାଜୀବ ସେଠ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଅମ୍ପାୟର ଭାବେ ସରୁପା ନନ୍ଦ କଅଁର, ଏମ୍ ଅଶ୍ୱିନି କୁମାର ଓ ଚତୁର୍ଥ ଅମ୍ପାୟାର ଭାବେ ପୃଥ୍ୱୀରାଜ ମିଶ୍ର ମ୍ୟାଚ ପରିଚାଳନା କରୁଛନ୍ତି । ଭିଡିଓ ଏନାଲିଷ୍ଟ ଭାବେ ତାପସ କୁମାର ନାଏକ ଓ ରାଜକମଲ ସିଂ ରହିଥିବା ବେଳେ ଅନଲାଇନ ସ୍କୋରର୍ ଭାବେ ବିରାଜ ଦାସ ଓ ରଜତ ଦାସ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେହିପର ଓଡିଶା ଦଳର ମ୍ୟାନେଜର ଭାବେ ସନ୍ତୋଷ ଆନନ୍ଦ ମିଶ୍ର ରହିଥିବା ବେଳେ ବିହାର ଦଳର ମ୍ୟାନେଜର ଭାବେ ସୋନୁ କୁମାର ଝା । ଭେନୁ ଇନଚାର୍ଚ୍ଚ ଭାବରେ ଅରୁଣ ନାଏକ ଦାୟିତ୍ୱରେ ରହିଛନ୍ତି ବୋଲି କ୍ରିକେଟ ସମ୍ପାଦକ ଓମପ୍ରକାଶ ଚାନ୍ଦ ସୂଚନା ଦେଇଛନ୍ତି । ତେବେ ଆଜି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଉଭୟ ଦଳର ଖେଳାଳୀମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର , ଉପ ସଭାପତି କୃଷ୍ଣଚନ୍ଦ୍ର ମିଶ୍ର , ପ୍ରହଲ୍ଲାଦ ଶତପଥି , କ୍ରିକ୍ରେଟ ସମ୍ପାଦକ ଓମ ପ୍ରକାଶ ଚାନ୍ଦ , ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ହରି ନାରାୟଣ ପୂଝାରୀ , କୋଚ ଅରୁଣ ନାୟକ , ସୁମନ୍ତ ଭୋଇ , ପୃଥ୍ୱୀରାଜ ମିଶ୍ର ଓ ଅମିତ ମଛଖଣ୍ଡଙ୍କ ସହିତ ଅନେକ ଖେଳାଳୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking