39.1 C
Bhubaneswar
Friday, April 26, 2024
Homeଓଡିଶାବାଣ ବିସ୍ଫୋରଣରେ ଉଡ଼ିଗଲା ଘର, ପୋଲିସର ତଦନ୍ତ ଜାରି

ବାଣ ବିସ୍ଫୋରଣରେ ଉଡ଼ିଗଲା ଘର, ପୋଲିସର ତଦନ୍ତ ଜାରି

ଖୋର୍ଦ୍ଧା:  ବାଣ ବିସ୍ଫୋରଣରେ ଉଡ଼ିଗଲା ଘର । ଖୋର୍ଦ୍ଧା କଣ୍ଟାବାଡ଼ ଗାଁରେ ଅଘଟଣ ଦେଖିବାକୁ ମିଳିଛି । ବିସ୍ଫୋରଣରେ କଣ୍ଟାବାଡ଼ ଗାଁର କାଶିନାଥ ମହାପାତ୍ରଙ୍କ ଘର କ୍ଷତିଗ୍ରସ୍ତ ହୋଇଛି । ଘରର ଛାତ ଉଡ଼ିଯିବା ସହ ପାଖରେ ଥିବା ଘର ମଧ୍ୟ ଭାଙ୍ଗିଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଏହା ଶୁଣାଯାଇଥିଲା ।
ତେବେ ବିସ୍ଫୋରଣରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି । କାଶୀନାଥଙ୍କ ପୁଅ ପ୍ରସନ୍ନ ଘରେ ବେଆଇନ ଭାବରେ ବାଣ କାରବାର କରୁଥିବା ଅଭିଯୋଗ ହୋଇଛି । ଦୀର୍ଘବର୍ଷ ଧରି ଘରେ ଚାଲିଥିଲା ଏହି କାରବାର । ତେବେ ଆଗକୁ ପୂଜା ଥିବାରୁ ଘରେ ବାଣ ଗଚ୍ଛିତ ରଖାଯାଇଥିଲା ।  ଶନିବାର ରାତିରେ କୌଣସି କାରଣରୁ ଏଥିରେ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବେଗୁନିଆ ଥାନା ପୋଲିସ । ତେବେ ବଡ କଥା ହେଉଛି ଦୀର୍ଘ ଦିନ ଧରି ବେଆଇନ ଭାବରେ ବାଣ କାରବାର ଚାଲିଥିବାବେଳେ ପୋଲିସ ପାଖରେ ଏନେଇ କୌଣସି ଖବର ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking