32.1 C
Bhubaneswar
Friday, April 26, 2024
Homeଓଡିଶାକୋଭିଡ୍ ହସ୍ପିଟାଲରୁ ରୋଗୀ ନିଖୋଜ

କୋଭିଡ୍ ହସ୍ପିଟାଲରୁ ରୋଗୀ ନିଖୋଜ

ପାରାଦୀପ: କୋଭିଡ୍ ହସ୍ପିଟାଲରୁ ରୋଗୀ ନିଖୋଜ। ୧୬ ଦିନ ବିତିଲାଣି, ହେଲେ ମିଳୁନି କୌଣସି ଖୋଜ୍ ଖବର। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ପରିବାର ଲୋକେ ମେଡିକାଲରୁ ଥାନା, ଫାଣ୍ଡି ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ମାତ୍ର ରୋଗୀଙ୍କ କୌଣସି ପତ୍ତା ମିଳୁନି। ଯାହାକୁ ନେଇ ପରିବାର ଲୋକ ଚିନ୍ତାରେ ପଡ଼ି ଯାଇଛନ୍ତି।

ସୂଚନା ଅନୁସାରେ, କୁଜଙ୍ଗ ଥାନା ଅନ୍ତର୍ଗତ ଜହ୍ନାପାଳ ଗାଁର ଗନ୍ଧର୍ବ ଜେନା ମେ’ ୧୪ରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥଇଲେ। ୧୮ରେ ତାଙ୍କୁ ପାରାଦୀପ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ମେ’ ୨୧ରେ ତାଙ୍କୁ କଟକ ଏସସିବି କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ସେବେଠୁ ତାଙ୍କର ପତ୍ତା ମିଳୁନାହିଁ। ଏନେଇ ଗନ୍ଧର୍ବଙ୍କ ପରିବାର ଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking