24.1 C
Bhubaneswar
Thursday, May 9, 2024
Homeଓଡିଶାବଡ଼ଖବର : ରାଜ୍ୟରେ ୪ ହଜାର ଟପିଲା ଦୈନିକ ସଂକ୍ରମଣ, ସୁନ୍ଦରଗଡ଼ରୁ ସର୍ବାଧିକ

ବଡ଼ଖବର : ରାଜ୍ୟରେ ୪ ହଜାର ଟପିଲା ଦୈନିକ ସଂକ୍ରମଣ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଆଜି ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଛି। ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣ ହାର ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛନ୍ତି। ସବୁଠାରୁ ବେଶି ଚିନ୍ତା ବଢାଇଛି ଖୋର୍ଦ୍ଧା ଓ ସୁନ୍ଦରଗଡ । ଏହି ଦୁଇ ଜିଲ୍ଲାରୁ ସବୁବେଳେ ଅଧିକ ରୋଗୀ ବାହାରୁଛନ୍ତି। ସେହିପରି ଆଜି ରାଜ୍ୟରୁ ୪ ଜଣ ରୋଗୀ ଆଖି ବୁଜିଛନ୍ତି। ଆଜି ୪୪୪୫ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ କ୍ୱାରେଣ୍ଟିନ ସେଣ୍ଟରରୁ ୨୫୭୪ ଏବଂ ଲୋକାଲ କଣ୍ଟାକ୍ଟ ରହିଛି ୧୮୭୧। ସର୍ବାଧିକ ୭୨୨ ସୁନ୍ଦରଗଡରୁ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ବାହାରିଛନ୍ତି ୫୮୭। ନୂଆପଡ଼ାରୁ ୪୩୭, ଅନୁଗୁଳରୁ ୮୭, ବାଲେଶ୍ୱରରୁ ୧୨୩, ବରଗଡ଼ରୁ ୧୭୮, ଭଦ୍ରକରୁ ୪୩, ବଲାଙ୍ଗିରରୁ ୧୬୮, ବୌଦ୍ଧରୁ ୨୧, କଟକରୁ ୨୫୧, ଡେବଗଡ଼ରୁ ୩୫ ଜଣ, ଢେଙ୍କାନାଳରୁ ୨୦, ଗଜପତିରୁ ୧୦, ଗଞ୍ଜାମରୁ ୬୨, ଜଗତସିଂହପୁରରୁ ୩୩, ଯାଜପୁରରୁ ୫୮, ଝାରସୁଗୁଡ଼ାରୁ ୨୩୧, କଳାହାଣ୍ଡିରୁ ୨୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୩୫, କେନ୍ଦୁଝରରୁ ୭୫, ଖୋର୍ଦ୍ଧାରୁ ୫୮୭, କୋରାପୁଟରୁ ୨୧, ମାଲକାନଗିରିରୁ ୯, ମୟୂରଭଞ୍ଜରୁ ୧୦୦, ନବରଙ୍ଗପୁରରୁ ୧୨୭, ନୟାଗଡ଼ରୁ ୫୦, ନୂଆପଡ଼ାରୁ ୪୩୭, ପୁରୀରୁ ୨୧୯, ରାୟଗଡ଼ାରୁ ୫୩, ସମ୍ବଲପୁରରୁ ୨୪୧, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୭୨୨ ଏବଂ ଷ୍ଟେଟ୍ ପୁଲରୁ ୧୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ୩,୭୨,୭୦୩ ଥିବାବେଳେ ସୁସ୍ଥ ହୋଇ ଫରିଛନ୍ତି ୩,୪୬,୧୩୪ ଏବଂ ଆକ୍ଟିଭ କେସ ରହିଛି ୨୪,୫୬୮। ସେହିପରି ଆଜି ମୃତକଙ୍କ ସଂଖ୍ୟାକୁ ମିଶାଇଲେ, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୪୮ ଛୁଇଁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking