29.1 C
Bhubaneswar
Sunday, May 5, 2024
Homeଓଡିଶାରାଜ୍ୟରେ ୧୫ଶହ ତଳକୁ ଖସିଲା ସଂକ୍ରମଣ

ରାଜ୍ୟରେ ୧୫ଶହ ତଳକୁ ଖସିଲା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ପୂର୍ବରୁ କିଛିଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ତଳକୁ ଖସିଥିଲା । ଗତ ୧୧ ଦିନ ହେଲା ସଂକ୍ରମଣ ୨ ହଜାର ତଳେ ରହୁଥିବା ଦେଖାଯାଉଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଏହା ମଧ୍ୟରେ ଆଜି ୧୪୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୮୩୨ ଓ ସ୍ଥାନୀୟ ଅଞ୍ଚଳରୁ ୬୦୫ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।, ପୁରୀରୁ ୧୪୬, କଟକରୁ ୧୯୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଜଗତସିଂହପୁରରୁ ୮୬, ଷ୍ଟେଟପୁଲରୁ ୮୨, ଯାଜପୁରରୁ ୬୬, ବାଲେଶ୍ବରରୁ ୬୪, ଅନୁଗୁଳ ଓ ଭଦ୍ରକରୁ ୪୭ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୪୧, ମୟୂରଭଞ୍ଜରୁ ୪୦,ନୟାଗଡ଼ରୁ ୩୬, ସୁନ୍ଦରଗଡ଼ରୁ ୨୯, ଢେଙ୍କାନାଳରୁ ୨୧, କେନ୍ଦୁଝରରୁ ୧୯, ସମ୍ବଲପୁରରୁ ୧୬, କନ୍ଧମାଳରୁ ୧୪, ସୋନପୁରରୁ ୧୩, ରାୟଗଡ଼ାରୁ ୧୧, ଗଞ୍ଜାମରୁ ୧୦, ବରଗଡ଼ ଓ ଦେବଗଡ଼ରୁ ୮ଜଣ ଲେଖାଏଁ, ମାଲକାନଗିରିରୁ ୭, କଳାହାଣ୍ଡିରୁ ୬, ଝାରସୁଗୁଡା ଓ କୋରାପୁଟରୁ ୫ଜଣ ଲେଖାଏଁ , ବଲାଙ୍ଗୀରରୁ ୪, ଗଜପତିରୁ ୩, ବୌଦ୍ଧ ଓ ନବରଙ୍ଗପୁରରୁ ୨ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୫୬ ହଜାର ୮୨୮ ରହିଥିବା ବେଳେ ୧୫ ହଜାର ୮୫୮ ଜଣ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking