29.1 C
Bhubaneswar
Sunday, May 5, 2024
Homeଓଡିଶାରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୬୨୩ ପଜିଟିଭ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୬୨୩ ପଜିଟିଭ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୬୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।କ୍ୱାରେଣ୍ଟାଇନରୁ ୬୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟସ ୫୧୧୪ ରହିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୯୮ ଜଣ,ଅନୁଗୁଳରୁ ୮୨୩ ଜଣ, ସୁନ୍ଦରଗଡ଼ରୁ ୬୯୯ ଜଣ,ଯାଜପୁରରୁ ୫୬୦ ଜଣ, ବାଲେଶ୍ବରରୁ ୫୦୮ ଜଣ, ଭଦ୍ରକରୁ ୪୬୧ ଜଣ, ପୁରୀରୁ ୪୬୨ ଜଣ, ଢ଼େଙ୍କାନାଳରୁ ୪୪୧ ଜଣ, , ନୟାଗଡ଼ରୁ ୫୧୬ ଜଣ,କଳାହାଣ୍ଡିରୁ ୩୫୨ ଜଣ, ସମ୍ବଲପୁରରୁ ୩୪୨ ଜଣ,

ଜଗତସିଂହପରୁ ୩୧୫ ଜଣ,ନବରଙ୍ଗପୁରରୁ ୩୦୦ ଜଣ,ସୋନପୁରରୁ ୨୬୧ ଜଣ, ବରଗଡ଼ରୁ ୨୫୭ ଜଣ, ମୟୂରଭଞ୍ଜରୁ ୨୪୯ ଜଣ,ରାୟଗଡ଼ାରୁ ୨୨୩ ଜଣ, କୋରାପୁଟରୁ ୨୧୮ ଜଣ, ବୌଦ୍ଧରୁ ୨୦୬ ଜଣ, କେନ୍ଦ୍ରପଡ଼ାରୁ ୧୯୮ ଜଣ, ବଲାଙ୍ଗୀରରୁ ୧୭୦ ଜଣ, ଗଞ୍ଜାମରୁ ୧୫୮ ଜଣ, କନ୍ଧମାଳରୁ ୧୪୧ ଜଣ,କେନ୍ଦୁଝରରୁ ୧୩୩ ଜଣ, ଝାରସୁଗୁଡ଼ାରୁ ୧୮୪ ଜଣ, ଗଞ୍ଜାମରୁ ୧୫୮ଜଣ,ଦେବଗଡ଼ରୁ ୮୬ ଜଣ, ଗଜପତିରୁ ୭୬ ଜଣ,ମାଲକାନଗିରିରୁ ୭୩ ଜଣ,ନୂଆପଡ଼ାରୁ ୫୪ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୩୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଗତକାଲି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହାରରେ ସାମାନ୍ୟ ହ୍ରାସ ପାଇଥିଲା । ରାଜ୍ୟରେ ଗତକାଲି ୧୦ ହଜାର ୯୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୧୭୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪୭୬୧ ଥିଲା। ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking