37.1 C
Bhubaneswar
Saturday, May 18, 2024
Homeଓଡିଶାବାତ୍ୟା ‘ୟାଶ୍‌' ୩ ରୁ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା, ୧୩୦ କିମିରୁ ୧୪୦...

ବାତ୍ୟା ‘ୟାଶ୍‌’ ୩ ରୁ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା, ୧୩୦ କିମିରୁ ୧୪୦ କି.ମି ବେଗରେ ବହୁଛି ପବନ

ଭୁବନେଶ୍ୱର : ବାତ୍ୟା ‘ୟାଶ୍‌’ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ପ୍ରାୟ ୩ ରୁ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା। ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ୟାଶ୍‌। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ବଢିବ। ବାତ୍ୟା ଯୋଗୁଁ ବାଲେଶ୍ୱର ଓ ଭଦ୍ରକରେ ଅଧିକ କ୍ଷତି ହେବ ବୋଲି ଆଇଏମଡ଼ି ଡିଜି କହିଛନ୍ତି। ପବନର ବେଗ ୧୩୦ ରୁ ୧୪୦ କିମି ବେଗରେ ରହିଥିବା ନେଇ ସୂଚନା ମିଳିଛି। ତେବେ ବାତ୍ୟା ପ୍ରଭାବରେ ବାଲେଶ୍ୱର ଓ ଭଦ୍ରକରେ ପ୍ରବଳ ବର୍ଷା ଲାଗିରହିଛି। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking