39.1 C
Bhubaneswar
Friday, April 26, 2024
Homeକରୋନାତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୭୭.୮ ପ୍ରତିଶତ ପ୍ରଭାବଶାଳୀ କୋଭାକ୍ସିନ

ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୭୭.୮ ପ୍ରତିଶତ ପ୍ରଭାବଶାଳୀ କୋଭାକ୍ସିନ

ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ କୋଭିଡ ୧୯ ଭ୍ୟାକ୍ସିନ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆର ଏକ୍ସପର୍ଟ କମିଟି ସମୀକ୍ଷାରେ ୭୭.୮ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଛି । ହାଇଦ୍ରାବାଦର ଔଷଧ ନିର୍ମାତା କମ୍ପାନୀ ଭାରତ ବାୟୋଟେକ ମେଡ ଇନ ଇଣ୍ଡିଆ କୋଭିଡ ୧୯ ଭ୍ୟାକ୍ସିନ ତ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଡିସିଜିଆଇକୁ ହସ୍ତାନ୍ତର କରିଛି ।
ଭାରତରେ ବର୍ତମାନ ଯେଉଁ ତିନୋଟି ଭ୍ୟାକ୍ସିନ କୁ ଦେଶରେ କରୋନା ବିରୋଧରେ ଲୋକଙ୍କୁ ଦେବା ପାଇଁ ଅନୁମତି ମିଳିଛି, ତା ମଧ୍ୟରେ ସ୍ୱଦେଶୀ ବିକଶିତ କୋଭାକ୍ସିନ ବି ସାମିଲ ରହିଛି । ଚଳିତ ବର୍ଷ ଏପ୍ରିଲରେ ଭାରତ ବାୟୋଟେକ କହିଥିଲା, ତୃତୀୟ ପର୍ଯ୍ୟାୟ ଅନ୍ତରୀଣ ବିଶ୍ଳେଷଣ ଆଧାରରେ କୋଭାକ୍ସିନ ହାଲକା ଓ ଗମ୍ଭୀର କୋଭିଡ ୧୯ ମାମଲାରେ ୭୮ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଛି । ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଡାଟା ବିଳମ୍ବରେ ଜାରି କରିବା କାରଣରୁ ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାତା କମ୍ପାନୀ ଙ୍କୁ ଆଲୋଚନାର ଶିକାର ହେବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking