37.1 C
Bhubaneswar
Sunday, May 5, 2024
Homeକରୋନାକୋଭିସିଲ୍ଡ ଠାରୁ କୋଭାକ୍ସିନ୍ କମ୍ ଫଳପ୍ରଦ ଅଭିଯୋଗକୁ ଖଣ୍ଡନ

କୋଭିସିଲ୍ଡ ଠାରୁ କୋଭାକ୍ସିନ୍ କମ୍ ଫଳପ୍ରଦ ଅଭିଯୋଗକୁ ଖଣ୍ଡନ

ହାଇଦ୍ରାବାଦ:  ହାଇଦ୍ରାବାଦର କରୋନା ଟିକା ନିର୍ମାତା ଭାରତ ବାୟୋଟେକ୍ ପ୍ରସ୍ତୁତ କରୁଥିବା କୋଭାକ୍ସିନ୍ ଟିକାର ଚତୁର୍ଥ ପର୍ଯ୍ୟାୟ ପରୀକ୍ଷଣ କରିବ ବୋଲି ବୁଧବାର ଘୋଷଣା କରିଛି । ତେବେ ଏହି ଟିକା ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଠାରୁ କମ୍ ଫଳପ୍ରଦ ବୋଲି ହେଉଥିବା ଅଭିଯୋଗକୁ ଖଣ୍ଡନ କରିଛି । ଭାରତ ବାୟୋଟେକ୍ ପକ୍ଷରୁ ଆହୁରି କୁହାଯାଇଛି, ବି.୧.୬୧୭.୨ ଭାରିଆଣ୍ଟ ଷ୍ଟ୍ରେନ୍‌ର ପ୍ରତିରୋଧ ପାଇଁ ଏହି ଟିକା ବେଶ୍ ଫଳପ୍ରଦ । ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି, ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ତଥ୍ୟ ଜୁଲାଇରେ ପ୍ରକାଶ କରାଯିବ । ଏହାପରେ କୋଭାକ୍ସିନ୍‌ର ପୂର୍ଣ୍ଣ ଲାଇସେନ୍ସ ପାଇଁ ଆବେଦନ କରାଯିବ ।

ତୃତୀୟ ପର୍ଯ୍ୟାୟ ତଥ୍ୟ ସେଣ୍ଟ୍ରାଲ ଡଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସ୍‌ସିଓ)ରେ ପ୍ରଥମେ ଦାଖଲ କରାଯିବ । ଏହାପରେ ଏ ସମ୍ପର୍କରେ ପ୍ରକାଶିତ ଜର୍ଣ୍ଣାଲର ରିପୋର୍ଟକୁ ସମୀକ୍ଷା କରାଯିବ । ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀରୁ ମେ’ ମାସ ମଧ୍ୟରେ ୫୧୫ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ପ୍ରତିଷେଧକ ଟିକା ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୪୧୫ଜଣଙ୍କୁ କୋଭିସିଲ୍ଡ ଏବଂ ୯୦ଜଣଙ୍କୁ କୋଭାକ୍ସିନ୍ ଦିଆଯାଇଥିଲା । କରୋନା ଭୂତାଣୁକୁ ରୋକିବା ପାଇଁ କୋଭିସିଲ୍ଡର ଦୁଇଟି ଡୋଜ୍ ଦିଆଯିବା ପରେ କୋଭାକ୍ସିନ୍ ତୁଳନାରେ ଅଧିକ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ବୋଲି ଏକ ଅଧ୍ୟୟନରେ କୁହାଯିବା ପରେ ଏହାକୁ ଭାରତ ବାୟୋଟେକ୍ ଖଣ୍ଡନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking