30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଟିକ୍‌ଟକ୍ ଓ ୱିଚାଟ୍ ଉପରୁ ବ୍ୟାନ୍ ହଟାଇଲେ ବାଇଡ଼େନ

ଟିକ୍‌ଟକ୍ ଓ ୱିଚାଟ୍ ଉପରୁ ବ୍ୟାନ୍ ହଟାଇଲେ ବାଇଡ଼େନ

ୱାଶିଂଟନ୍ : ଆମେିରକାରେ ଚୀନ୍‌ର ଆପ୍ ଟିକ୍‌ଟକ୍ ଓ ୱିଚାଟ୍ ଉପରେ ଲାଗିଥିବା ନିଷେଧାଦେଶକୁ ରାଷ୍ଟ୍ରପତି ଜୋ ବାଇଡ଼େନ ବୁଧବାର ପ୍ରତ୍ୟାହାର କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଥିବା ସମୟରେ ଏହି ନିଷେଧାଦେଶ ଲାଗୁ ହୋଇଥିଲା । ବାଇଡ଼େନ ଏକ ନିର୍ଦ୍ଦେଶନାମା ଜାରି କରି ବାଣିଜ୍ୟ ସଚିବ ଗିନା ରାଇମୋଣ୍ଡୋଙ୍କୁ ଏହି ଆପ୍‌ଗୁଡ଼ିକର ସମୀକ୍ଷା କରିବାକୁ କହିଛନ୍ତି ଏବଂ ଯେଉଁ ଆପ୍ ଦ୍ୱାରା ଦେଶର ନିରପତ୍ତା ପ୍ରତି ବିପଦ ରହିଛି, ତାକୁ ବ୍ଲକ୍ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରମ୍ପଙ୍କ ସମୟରେ ଲାଗୁ ହୋଇଥିବା ନିଷେଧାଦେଶକୁ ବୈଷୟିକ କମ୍ପାନୀଗୁଡ଼ିକ ଆମେରିକା କୋର୍ଟରେ ଚାଲେଞ୍ଜ କରିଛନ୍ତି । ଉଲ୍ଲେଖଯୋଗ୍ୟ, ବୁଧବାର ସକାଳେ ବାଇଡ଼େନ ସପ୍ତାହକ ପାଇଁ ୟୁରୋପ ଗସ୍ତରେ ଯିବାକୁ ବୁଧବାର ସକାଳେ ୱାଶିଂଟନ୍ ଛାଡ଼ିବା ପୂର୍ବରୁ ଏଭଳି ଘୋଷଣା କରିଛନ୍ତି । ଜି-୭ ଶୀର୍ଷ ସମ୍ମିଳନୀରେ ଚୀନ୍ ସମ୍ପର୍କରେ ମୁଖ୍ୟତଃ ଆଲୋଚନା ହେବାକୁ ଥିବା ପରିପ୍ରେକ୍ଷୀରେ ବାଇଡ଼େନ ଟିକ୍‌ଟକ୍ ଓ ୱିଚାଟ୍ ଆପ୍ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking