29.1 C
Bhubaneswar
Saturday, May 18, 2024
Homeଓଡିଶାନୋ ୱାର୍କ- ନୋ ପେ’ ପାଇଁ ହାଇକୋର୍ଟରେ ମାମଲା

ନୋ ୱାର୍କ- ନୋ ପେ’ ପାଇଁ ହାଇକୋର୍ଟରେ ମାମଲା

କଟକ : କରୋନା କଟକଣା  ସମୟରେ କାମ ନ କରି ରାଜକୋଷରୁ କୋଟି କୋଟି ଟଙ୍କାର ଦରମା ନେଉଛନ୍ତି ସରକାରୀ କର୍ମଚାରୀ। ଅପରପକ୍ଷରେ କରୋନା କଟକଣା ଯୋଗୁ ବାହାରକୁ  ନ ଯାଇ ପାରି ସମାଜର ବିଭିନ୍ନ ବର୍ଗର ଲୋକମାନେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି । ଏପରି ସ୍ଥିତିରେ ସରକାରୀ କର୍ମଚାରୀଙ୍କ ପାଇଁ କାମ ନାହିିଁ ତ ଦରମା ନାହିିଁ ଅଥବା ପୂର୍ଣ୍ଣ ଦରମା ପ୍ରଦାନ ନ କରିବା ଲାଗି ନୀତି ପ୍ରଣୟନ ନିମନ୍ତେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ସ୍ୱେଚ୍ଛାସେବୀ ନାରାୟଣ ଜେନାଙ୍କ ପକ୍ଷରୁ ଏହି ମାମଲାରେ ଦର୍ଶାଯାଇଛି ଯେ କରୋନା ପ୍ରକୋପକୁ ଭାଙ୍ଗିବା ନିମନ୍ତେ  ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କଟକଣା ଜାରି କରାଯାଇଛି ।

ଏହି ସମୟରେ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ କାମ ନ କରିପାରି ସେମାନଙ୍କର ଦୈନନ୍ଦିନ ଚାହିଦା ପୁରଣ କରିବାରୁ ବଞ୍ଚିତ ହେଉଛନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କ ଜୀବନ ଜିବୀକା ବଞ୍ଚାଇବା ମୁସ୍କିଲ୍ ହୋଇପଡିଛି । ସେହିପରି ଏହି ସମୟରେ ରାଜ୍ୟ ସରକାର ଅଥବା କେନ୍ଦ୍ର ସରକାର ଏମାନଙ୍କ  ପାଇଁ କୌଣସି ସହାୟତା ରାଶି ଘୋଷଣା କରିନାହାନ୍ତି । ଏଣୁ କାମ ନ କରି ଦରମା ପାଉଥିବା ସରକାରୀ କର୍ମଚାରୀଙ୍କ ନିମନ୍ତେ ‘ନୋ ୱାର୍କ ନୋ ପେ’ କିମ୍ବା ସେମାନଙ୍କର ପୂର୍ଣ୍ଣ ଦରମା ନ ଦେବା ପାଇଁ  ନୀତି ପ୍ରଣୟନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏହି ମାମଲାରେ ପ୍ରାର୍ଥନା କରାଯାଇଛି ।

ଉକ୍ତ ଅର୍ଥକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରେ ରଖାଯାଉ ବୋଲି ମାମଲାରେ ଦର୍ଶାଯାଇଛି ।  ଗରିବ ସୀମାରେଖା ତଳେ ଥିବା ବିଭିନ୍ନ ବର୍ଗର ଲୋକମାନେ  ଉକ୍ତ ଅର୍ଥର ସୁଫଳ ପାଇପାରିବେ ବୋଲି ମାମଲାରେ କୁହାଯାଇଛି । ଆବେଦନରେ ଦର୍ଶାଯାଇଛି ଯେ ଓଡ଼ିଶାରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତଥା ବିଭିନ୍ନ ଘରୋଇ ସଂସ୍ଥାନରେ କର୍ମଚାରୀ ଉପସ୍ଥାନକୁ ୭୦ରୁ ୮୦ ପ୍ରତିଶତ କମାଇ ଦିଆଯାଇଛି । କେତେକ କ୍ଷେତ୍ରରେ କର୍ମଚାରୀଙ୍କୁ ଘରେ ରହି କାର୍ଯ୍ୟ କରିବାକୁ କୁହାଯାଇଛି ।

ଅନ୍ୟପକ୍ଷରେ ଡାକ୍ତରଙ୍କଠାରୁ ଆରମ୍ଭ କରି ସଫେଇ କର୍ମଚାରୀ ପର୍ଯ୍ୟନ୍ତ ସେମାନେ ଦିନ ରାତି କାମ କରୁଛନ୍ତି । ସେମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ମୁଖ କରୋନା ଯୋଦ୍ଧାଭାବେ ଘୋଷଣା କରିଛନ୍ତି । ଏଣୁ ମାସସାରା କାମ ନ କରି ପୂର୍ଣ୍ଣ ଦରମା ପାଉଥିବା ସରକାରୀ କର୍ମଚାରୀଙ୍କ ପାଇଁ ଉପରୋକ୍ତ ନୀତି ଗ୍ରହଣ କରାଗଲେ ରାଜକୋଷରୁ ଖର୍ଚ୍ଚ ହେଉଥିବା ବିପୁଳ ପରିମାଣର ଅର୍ଥ ସଞ୍ଚୟ ହୋଇପାରିବ ବୋଲି ରୁଜୁ ମାମଲାରେ ପ୍ରାର୍ଥନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking