29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶନେପାଳରେ ପତଞ୍ଜଳିର କରୋନିଲ୍ କିଟ୍ ବଣ୍ଟନ ଉପରେ ରୋକ୍‌

ନେପାଳରେ ପତଞ୍ଜଳିର କରୋନିଲ୍ କିଟ୍ ବଣ୍ଟନ ଉପରେ ରୋକ୍‌

କାଠମାଣ୍ଡ: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ପକ୍ଷରୁ ନେପାଳରେ ବଣ୍ଟନ ପାଇଁ ଦିଆଯାଇଥିବା କରୋନିଲ୍ କିଟ୍ ଉପରେ ସମ୍ପୃକ୍ତ ଆୟୁର୍ବେଦ ଓ ବିକଳ୍ପ ଔଷଧ ବିଭାଗ ରୋକ୍ ଲଗାଇଛି । ନେପାଳ ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ଯେ କୋଭିଡ୍‌-୧୯ ମହାମାରୀ ସମୟରେ ଉଚ୍ଚ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇବା ପାଇଁ ପତଞ୍ଜଳିର ୧୫୦୦ କରୋନିଲ୍ କିଟ୍ କିଣାଯିବା ସମୟରେ ଉପଯୁକ୍ତ ପ୍ରକ୍ରିୟା ପାଳନ କରାଯାଇନଥିଲା । ସେଥିପାଇଁ ଏହାର ବଣ୍ଟନ ଉପରେ ରୋକ୍ ଲଗାଯାଇଛି । କରୋନିଲ୍ କିଟ୍‌ରେ ଥିବା ଟାବଲେଟ୍ ଓ ନାଜାଲ୍ ଡ୍ରପ୍ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ସକ୍ଷମ ନୁହେଁ ବୋଲି ନେପାଳ ସରକାର ଦର୍ଶାଇଛନ୍ତି ।

ଏ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନେ କରୋନିଲ୍ ବିରୋଧରେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍‌ଏ)ର ମତ ଉଲ୍ଲେଖ କରିଛନ୍ତି । ଭୁଟ୍ଟାନ୍ ପରେ ନେପାଳ କରୋନିଲ୍ କିଟ୍ ବଣ୍ଟନକୁ ବନ୍ଦ କରିବାରେ ଦ୍ୱିତୀୟ ଦେଶ । ଉଲ୍ଲେଖଯୋଗ୍ୟ ଭୁଟ୍ଟାନ୍‌ର ଔଷଧ ନିୟାମକ ପ୍ରାଧିକରଣ କରୋନିଲ୍ ବଣ୍ଟନକୁ ବନ୍ଦ କରିଛି । ଗତବର୍ଷ ଜୁନ୍‌ରେ ଭାରତରେ କରୋନା ମହାମାରୀର ପ୍ରଥମ ଲହର ଶିଖର ଛୁଇଁଥିଲାବେଳେ ଆୟୁର୍ବେଦ ଭିତ୍ତିକ କରୋନିଲ୍ ଟାବଲେଟ୍‌କୁ ବାବା ରାମଦେବଙ୍କ ପତଞ୍ଜଳି ଉପସ୍ଥାପନ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking