28.1 C
Bhubaneswar
Friday, April 26, 2024
Homeଓଡିଶାକୋଭିଡ୍ ସମୟରେ ବସ୍ତି ଉଚ୍ଛେଦ ନିନ୍ଦନୀୟ

କୋଭିଡ୍ ସମୟରେ ବସ୍ତି ଉଚ୍ଛେଦ ନିନ୍ଦନୀୟ

କଟକ : ସରକାର କରୋନା ପାଇଁ ଲକ୍‌ଡାଉନ୍ ଘୋଷଣା କରି ନିୟମ କରିଛନ୍ତି । ନିଜ ନିୟମକୁ ଉଲ୍ଲଘଂନ କରି ପ୍ରଶାସନ ବସ୍ତିବାସିନ୍ଦାଙ୍କ ଅସହାୟତାର ସୁଯୋଗ ନେଇ ଗୋଟିଏ ପରେ ଗୋଟିଏ ବସ୍ତି ଉଚ୍ଛେଦ କରିଚାଲିଛନ୍ତି । କରୋନା କଟକଣା ଭିତରେ ପିଲିଗ୍ରିମ୍ ରୋଡ୍ ଦାସସାହି ଉଚ୍ଛେଦ କରାଯାଇ କନା ତମ୍ବୁରେ ରଖାଗଲା । ଲକ୍‌ଡାଉନ୍ ଆରମ୍ଭ ସମୟରେ ମଇ ୫ ତାରିଖ ଦିନ ଛତ୍ରବଜାର ବେହେରା ସାହି ଓ ଜୁନ୍ ୨ ତାରିଖ ଦିନ ତେଲୁଗୁବସ୍ତି ଉଚ୍ଛେଦ କରାଯାଇ ବାଲିସାହି ଅସ୍ଥାୟୀ ଟିଣ ତଳେ ଓ ସାର୍ତ୍ତୋଳ ୟୁପି ସ୍କୁଲ୍‌ର ଛୋଟ ଛୋଟ କୋଠରୀରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ରଖାଗଲା । ଆସନ୍ତାକାଲି ମାଲ୍‌ଗୋଦାମ ବେହେରା ସାହି ବସ୍ତି ଖାଲି କରିବାକୁ ସିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କୁ ନୂଆପଡା ବାଲିସାହିରେ ଥିବା ଜାଇକାର ଅସ୍ଥାୟୀ ଟିଣସେଡ୍‌ରେ ନେଇ ଠୁଳ କରାଯିବ ।

ସେଠାରେ ମଣିଷଙ୍କୁ ଗାଈଗୋରୁଠାରୁ ହୀନ ଭାବରେ ଅତ୍ୟନ୍ତ ନିର୍ଦୟ ଭାବରେ ରଖାଯିବ । ଏହା ମଧ୍ୟଯୁଗୀୟ ବର୍ବରତାକୁ ଟପିଯାଉଛି । ବସ୍ତି ଉଚ୍ଛେଦ ବନ୍ଦକରି ବସ୍ତିରେ ରହୁଥିବା ଗରିବ ସାଧାରଣ ନାଗରିକମାନଙ୍କ ଉପରେ ହେଉଥିବା ସୀମାହୀନ ଅତ୍ୟାଚାର ବନ୍ଦ କରିବାକୁ ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ମଞ୍ଚର ଆବାହକ ଖଗେଶ୍ୱର ସେଠୀ ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ପୁଲିସ୍ ମୁଖ୍ୟ, ଜିଲ୍ଲାପାଳ, ସିଏମ୍‌ସି କମିଶନର ଓ କଟକ ଡିସିପିଙ୍କୁ ଟୁଇଟ୍ ଜରିଆରେ ଦାବି କରିଛନ୍ତି । ଏହା ସହିତ ନିଜ ଆଡୁ ହସ୍ତକ୍ଷେପ କରି ଅସହାୟ ଗରିବ ନାଗରିକମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ବେଆଇନ ଉଚ୍ଛେଦ ରୋକିବାକୁ ମଧ୍ୟ ପକ୍ଷରୁ ଶ୍ରୀ ସେଠୀ ଟୁଇଟ୍ ଜରିଆରେ ମାନ୍ୟବର ଉଚ୍ଚ ନ୍ୟାୟାଳୟକୁ ମଧ୍ୟ ପ୍ରାର୍ଥନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking