29.1 C
Bhubaneswar
Saturday, April 27, 2024
Homeଓଡିଶାସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ

ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ

ବୌଦ୍ଧ: ପରିବାର ସହ ମିଶି କେତେ ଖୁସିରେ ଯାଉଥିଲେ କିନ୍ତୁ ବାଟରେ ଜଗିଥିଲା ମୃତ୍ୟୁ। ଦୁର୍ଘଟଣାରେ କାର୍ ଚୁରମାର୍ ହୋଇଗଲା ଆଉ ଅକାଳରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ। ବୌଦ୍ଧ ଜିଲ୍ଲା ଚାରିଛକ ନିକଟରେ ଘଟିଛି ଏ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛକୁ ପିଟିଲା କାର। ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଗୁରୁତର ହୋଇ ପଡିଛନ୍ତି।

ଖବର ପାଇ ଘଟଣାସ୍ଥଳରେ ହରଭଙ୍ଗା ପହଞ୍ଚିଥିଲା। ଅଗ୍ନିଶମବାହିନୀ ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ଦମ୍ପତି ଗଂଜାମ ଜିଲ୍ଲାର ସୁରେନ୍ଦ୍ର ନାୟକ ଏବଂ ତାଙ୍କ ପତ୍ନୀ ବୋଲି ଜଣାପଡିଛି। ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଗୁଡିକୁ ଜବତ କରି ତଦନ୍ତ ଆରମ୍ଭ କରାଇଛି। ବ୍ରହ୍ମପୁରରୁ ପରିବାର ଲୋକଙ୍କ ସହ ରାଉରକେଲା ଯାଉଥିବାବେଳେ ବୌଦ୍ଧ ଚାରିଛକ ନିକଟରେ ଏ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking