37.1 C
Bhubaneswar
Sunday, May 5, 2024
Homeଓଡିଶାଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର : ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ଣ ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି । ବୈଠକରେ କରୋନା ସହ ବାତ୍ୟା ମୁକାବିଲା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ବସିବ ବୋଲି ଜଣାପଡ଼ିଛି । ସରକାର ଗଠନ ହେବା ପରେ ଫନି, ୟାଶ୍ ପରି ମହାମାରୀ ରାଜ୍ୟରେ ଧ୍ୱଂସଲୀଳା ଦେଖାଇଛନ୍ତି ।

ତେଣୁ ଏହି ବିପତ୍ତି ମଧ୍ୟରେ ସରକାର ଓ ପ୍ରଶାସନର ଆଗାମୀ ଆଭିମୁଖ୍ୟ କ’ଣ ରହିବ, ସେଇ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେବାର ସମ୍ଭାବନା ରହିଛି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । କୋଭିଡର ପରବର୍ତ୍ତୀ ଲହରରେ ଶିଶୁମାନେ ବେଶି ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ତେଣୁ ଶିଶୁଙ୍କୁ ମୁକ୍ତ ରଖିବା ବଡ଼ ଆହ୍ୱାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking