30.1 C
Bhubaneswar
Thursday, April 25, 2024
Homeଓଡିଶାଆଜି ୩ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଆଜି ୩ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଆଜି ବାଲେଶ୍ବର, ଜଗତସିଂହପୁର, ସୋନପୁର ଜିଲ୍ଲା‌ରେ ଟିକାକରଣ ବନ୍ଦ ରହିବ। ଏହାସତ୍ବେ ରାଜ୍ୟର ଅନ୍ୟ ଜିଲ୍ଲାକୁ ମିଶାଇ ସମୁଦାୟ ୬୦୩ଟି ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ରାଜ୍ୟରେ ୬୬୬ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧ଲକ୍ଷ ୨୧ହଜାର ୫୩୧ଜଣଙ୍କୁ ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗର ସର୍ବାଧିକ ୭୪,୭୧୦ଜଣ ଟିକା ନେଇଛନ୍ତି।

ଏହାସହ ୪୫ବର୍ଷରୁ ଅଧିକ ୩୬,୪୩୨ଜଣଙ୍କୁ ପ୍ରଥମ ଓ ୭୭୯୪ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟରେ ସମୁଦାୟ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୭୪ଲକ୍ଷ ୯୯ହଜାର ୭୨୮କୁ ବୃଦ୍ଧି ପାଇଛି।ଅପରପକ୍ଷରେ ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୮ ପ୍ରତିଶତ ପ୍ରଥମ, ୮୯ ପ୍ରତିଶତ ଦ୍ବିତୀୟ, ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୧୨୭ ପ୍ରତିଶତ ପ୍ରଥମ ଓ ୯୭ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟରେ ଏବେ ସାଢ଼େ ୯ଲକ୍ଷରୁ ଅଧିକ ଟିକା ମହଜୁଦ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking