36.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗ୫୫ ଲକ୍ଷ ଖର୍ଚ୍ଚ କରି ବଢାଇଲେ ଏକ ଇଞ୍ଚ ଉଚ୍ଚତା

୫୫ ଲକ୍ଷ ଖର୍ଚ୍ଚ କରି ବଢାଇଲେ ଏକ ଇଞ୍ଚ ଉଚ୍ଚତା

ନୂଆଦିଲ୍ଲୀ: ସୁନ୍ଦରତା ବଢାଇବା ପାଇଁ ଲୋକେ କସମେଟିକ ସର୍ଜରୀ ର ସାହାରା ନିଅନ୍ତି । ହେଲେ ଏହାଦ୍ୱାରା ଉଚ୍ଚତା ବଢାଇବା ମାମଲା ଏବେ ଚର୍ଚ୍ଚାରେ ରହିଛି । ଆମେରିକା ଡେଲ୍ଲାସରେ ରହୁଥିବା ଅଲଫୋଁସୋ ପ୍ଲୋର୍ସ ୫ ଫୁଟ ୧୧ ଇଂଚ ଥିଲେ । ହେଲେ ଅସ୍ତ୍ରୋପଚାର ପରେ ତାଙ୍କ ଉଚ୍ଚତା ୬ ଫୁଟ ୧ ଇଂଚ୍ ହୋଇଛି । ରିପୋର୍ଟ ଅନୁସାରେ, ପ୍ଲୋର୍ସ ସବୁବେଳେ ଲମ୍ବା ହେବାକୁ ଚାହୁଁଥିଲେ । ୨୮ ବର୍ଷୀୟ ପ୍ଲୋର୍ସ ଜଣେ ମେଡିକାଲ ଛାତ୍ର । ପ୍ଲୋର୍ସ ଲିମ୍ବ୍ ଲେନ୍ଥେନିଂ ସର୍ଜରୀ ମାଧ୍ୟମରେ ଡେଙ୍ଗା ହେବାର ସ୍ୱପ୍ନ ପୂରଣ କରିପାରିଛନ୍ତି । ଏହି ସର୍ଜରୀ ଲାସ ବେଗୋସସ୍ଥିତ ଦ ଲିମ୍ବ୍‌ପ୍ଲେକ୍ସ ଇନଷ୍ଟିଚ୍ୟୁଟର ହାବାର୍ଡ ପ୍ରଶିକ୍ଷିତ ଅର୍ଥୋପେଡିକ ସର୍ଜନ ଡାକ୍ତର କେବିନ ଦେବିପ୍ରସାଦ କରିଛନ୍ତି । ମାତ୍ର ଏହି ଅସ୍ତ୍ରୋପଚାର ହେଉଛି ବ୍ୟୟବହୁଳ । ଡାକ୍ତର କେବିନ ଦେବିପ୍ରସାଦଙ୍କ ଅନୁସାରେ, କସମେଟିକ ସର୍ଜରୀ ଦ୍ୱାରା ଶରୀରର ଉଚ୍ଚତା ବଢା ଯାଇପାରେ । ମାତ୍ର ଏଥିରେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ପ୍ଲୋର୍ସ ଏହି ଅସ୍ତ୍ରୋପଚାର ପାଇଁ ୫୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking