27.8 C
Bhubaneswar
Friday, April 19, 2024
Homeଓଡିଶାଜନ୍ମ ମାଟିରେ ପାଦଦେଇ ଭାବବିହ୍ଵଳ ହୋଇପଡିଲେ ଲେଫନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି

ଜନ୍ମ ମାଟିରେ ପାଦଦେଇ ଭାବବିହ୍ଵଳ ହୋଇପଡିଲେ ଲେଫନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି

 

ଜଗତସିଂହପୁର(ପ୍ରତାପ କୁମାର ସିଂହ): ଆଜି ସକାଳୁ ନିଜ ଜନ୍ମ ମାଟି ଜଗତସିଂହପୁର ସହରର ଜୟବଡ଼ ଗ୍ରାମରେ ପାଦଦେଲେ ଲେଫନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି । ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେବା ପୂର୍ବରୁ ମା ଶାରଳାଙ୍କୁ ଆଜି ସକାଳୁ ଯାଇ ଦର୍ଶନ କରିଛନ୍ତି । ମା’ ଶାରଳାଙ୍କ ଆଶୀର୍ବାଦ ନେବା ପରେ ନିଜ ଗ୍ରାମ ଜଗତସିଂହପୁର ସହର ଅନ୍ତର୍ଗତ ଜୟବଡ ଗ୍ରାମରେ ପହଞ୍ଚିଥିଲେ । ସେଠାରେ ନିଜ ଗାଁ ଲୋକଙ୍କୁ ଭେଟିବା ସହ ପଡୋଶୀ ସମ୍ପର୍କୀୟ ତଥା ପିଲାଦିନର ସହପାଠୀ ମାନଙ୍କୁ ଭେଟି ଅତି ଭାବବିହ୍ଵଳ ହୋଇ ପଡ଼ିଥିଲେ । ଆଉ ଜନ୍ମମାଟି ସହିତ ନିଜର ଆତ୍ମୀୟସଯନଙ୍କ ସହ ଅତୀତର ସ୍ମୃତି ସବୁକୁ ଅତି ଭାବବିହ୍ଵଳ ସହ ସ୍ମରଣ କରିଥିଲେ । ନିଜ ମା’ ଙ୍କ କଥା ମନେ ପକାଇ ଆଖି ଛଳ ଛଳ ହୋଇ ଆସିଥିଲା । କୋହ ଭରା କଣ୍ଠରେ କହିଥିଲେ ଆଜି ଯଦି ମା’ ଥାନ୍ତେ ତେବେ ନିଶ୍ଚିନ୍ତ ରୂପେ ଅତି ଖୁସି ହୋଇଥାନ୍ତେ । ଆଜି ଏତେ ବଡ ପଦ କେବଳ ନିଜ ବାପା ଓ ମା’ଙ୍କ ପାଇଁ ପାଇ ପାରିଛନ୍ତି ବୋଲି କହିଛନ୍ତି । ନିଜ ଜନ୍ମ ମାଟିକୁ କେବେ ବି ସେ ଭୁଲି ପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ ।ଏହା ସହ ଜଗତସିଂହପୁର ଜିଲ୍ଲାର ବହୁ ମାନ୍ୟଗଣ ବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking