30.1 C
Bhubaneswar
Saturday, May 4, 2024
Homeଓଡିଶାଦୁର୍ନୀତିର ଗନ୍ତାଘର ପାଲଟିଛି ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ତହସିଲ

ଦୁର୍ନୀତିର ଗନ୍ତାଘର ପାଲଟିଛି ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ତହସିଲ

ମୟୂରଭଞ୍ଜ: ଦୁର୍ନୀତିର ଗନ୍ତାଘର ପାଲଟିଛି ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ତହସିଲ। ଯାହା ଖୋଦ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଜିଲ୍ଲାରେ। ଏଠାରେ ମୋଟା ଅଙ୍କର ଟଙ୍କା ଫିଙ୍ଗି ବାଲିମାଫିଆ ମାନେ ଯାବତୀୟ ଦୁଇ ନମ୍ବରି ଧନ୍ଦା କରିବାରେ ସକ୍ଷମ ହେଉଛନ୍ତି। ସରକାରୀ ଚାକିରୀରେ ରହି ମୋଟା ଅଙ୍କର ଦରମା ନେଇ ପୁଣି ବିପୁଳ ଅର୍ଥ ଲାଞ୍ଚ ନେଇଥିବା ସ୍ୱୀକାର କରିଛନ୍ତି ତାଉଜି ମହାଶୟ। ଆହୁରି ରାଣଖାଇ କହୁଛନ୍ତି ନେଇଥିବା ଟଙ୍କାରୁ ସାରଙ୍କ ଭାଗ ଦେଇଛନ୍ତି। ତେବେ ସେ ସାର ଜଣକ କିଏ ? ତହସିଲଦାର ନୁହନ୍ତି ତୋ। କାହିଁକି ନା ତହସିଲଦାରଙ୍କ ସହମତି ଏବଂ ସହଯୋଗ ବିନା ଏକା କେଲେଙ୍କାରୀ କରିବା ଅସମ୍ଭବ। ଅନ୍ୟପକ୍ଷରେ ଏହିଭଳି ମୁଷ୍ଟିମେୟ ଅସାଧୁ ଅଫିସର ଓ କର୍ମଚାରୀ ନେଉଥିବା ମୋଟା ଅଙ୍କର ଲାଞ୍ଚ ପାଇଁ ଅଧିକ ଦାମରେ ବିକ୍ରି ହେଉଛି ବାଲି କାନମୁଣ୍ଡ ଆଉଁସି କିଣୁଛନ୍ତି ଲୋକେ। ତେବେ ମୟୂରଭଞ୍ଜ ଜିଲ୍ଲାରେ ଏଭଳି ଲାଞ୍ଚ ଘଟଣା ମାମୁଲି। ଗୋଟେପଟେ ଦୁର୍ନୀତି ରୋକିବା ପାଇଁ ଆଇନ ଆଣୁଛନ୍ତି ସରକାର। ହେଲେ ଗଳା ବାଟ କାଢ଼ି ଖୋଦ ରାଜସ୍ବମନ୍ତ୍ରୀଙ୍କ ଜିଲ୍ଲାରେ ରାଜସ୍ବ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଲାଞ୍ଚ ନେଇ ଆଇନ ଭାଙ୍ଗିବା ସହିତ ଫାଙ୍କି ରାଜ୍ୟ ରାଜକୋଷ ଲୁଟୁଛନ୍ତି। ତେବେ ଏ ଲୁଟେରା ମାନଙ୍କ ପଛରେ କିଏ ? ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ମୁଣ୍ଡ ଟେକିଛି। ସେହିଭଳି ଏ ଲାଞ୍ଚ ଘଟଣାକୁନେଇ

ବର୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜୋରସୋରରେ ଭାଇରଲ ହେବାରେ ଲାଗିଛି।ଯେଉଁଥିରେ ଦେଖିବାକୁ ମିଳିଛି ବଡ଼ସାହି ତହସିଲର ତୌଜି ସେକ୍ସନ ଭଳି ଗୁରୁତ୍ୱପୂର୍ଣ ଦାୟିତ୍ୱରେ ଥିବା କର୍ମଚାରୀ କିପରି ବାଲିମାଫିଆଙ୍କ ଠାରୁ ମୋଟା ଅଙ୍କର ବଟି ନେଇଥିବା କଥା ସ୍ଵୀକାର କରିଛନ୍ତି।

 

 

ବଡ଼ସାହି ତହସିଲ କାର୍ଯ୍ୟାଳୟ ଅଧିନରେ ଥିବା ଦୁଇଟି ବାଲିଘାଟକୁ ଦୀର୍ଘବର୍ଷ ଧରି ଲିଜ ସୂତ୍ରରେ ନେଇଥିଲେ ଅଜୟ କୁମାର ଜେନା।

ଜେନାଙ୍କ କହିବା ଅନୁଯାୟୀ  ସେ ଆରପଟା ଓ ମହୁପୁରା ବାଲିଘାଟ ପାଇଁ ତୌଜି ମହାଶୟଙ୍କୁ ପାଞ୍ଚଲକ୍ଷ ଟଙ୍କା ଦେଇଛନ୍ତି ଓ ଆଉ ଦୁଇଲକ୍ଷ ଟଙ୍କା ପରେ ଦେବାପାଇଁ କହିଥିଲେ ଯାହା ଭାଇରଲ ଭିଡ଼ିଓରେ ସ୍ପଷ୍ଟଭାବେ ଶୁଣିବାକୁ ମିଳୁଛି ଓ ସେ ଏହି ଟଙ୍କାକୁ ସାରଙ୍କୁ ଦେଇଥିବା କଥା ମଧ୍ୟ କହୁଛନ୍ତି। ସେହି କଥାକୁ ଟଙ୍କା ଦେଇଥିବା ଅଜୟ କୁମାର ଜେନା ମଧ୍ୟ ସ୍ୱୀକାର କରିଛନ୍ତି।

 

ଏହା ସହିତ ଲିଜଧାରୀ ଉକ୍ତ ବାଲିଘାଟରୁ କେବଳ 50 କ୍ୟୁବିକ ମିଟରର ବାଲି ନେବାକୁ ବାକି ଥିବାବେଳେ ଲାଞ୍ଚୁଆ ତୌଜି 450 cm ର ଏକ ବହି ଫୋର୍ଜରି କରି ଦେବା କଥା ବି ଶୁଣିବାକୁ ମିଳିଛି। ତେବେ ଏଠାରେ ପ୍ରଶ୍ନଉଠେ ବିଭିନ୍ନ ଗଣମାଧ୍ୟମରେ ବଡ଼ସାହି ତହସିଲ ଅଧୀନରେ ଥିବା ବାଲିଘାଟ ଗୁଡିକରେ ହେଉଥିବା ବେଆଇନ କାର୍ଯ୍ୟ ସମ୍ପର୍କରେ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ କଣ ପାଇଁ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନାହାନ୍ତି ତାହା ବାସ୍ତବିକ ଚିନ୍ତାର ବିଷୟ। ଏହି ବାଲିଘାଟ ଗୁଡିକରେ ଲକ୍ଷଲକ୍ଷ କ୍ୟୁବିକ ମିଟରର ବାଲି ଗଚ୍ଛିତ ଥିବା ବେଳେ କଣ ପାଇଁ ମାଇନିଂ ଅଧିକାରୀ କେଉଁ ମାପଦ୍ୱାରା ଦୁଇହଜାର ରୁ 2400 cm ବାଲି ଥିବା ରିପୋର୍ଟ ଦେବା ତାଙ୍କର ପାରିଦର୍ଶିତା ଏବଂ ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହି ଖବର ପ୍ରସାରଣ ପରେ ସଂପୃକ୍ତ ତୌଜି ଓ ବାଲିଘାଟ ଗୁଡିକ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ରାଜସ୍ବମନ୍ତ୍ରୀ ଏବଂ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ କିପ୍ରକାର ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

 

-ମୟୂରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking